ଏମ୍ପିଏଲ୍ କି୍ରକେଟ; ଗଲି ବଏଜ ଚାମ୍ପିଅନ
ରଗଡି: କୋରେଇ ବ୍ଲକ୍ ପଛିକୋଟ୍ ହାଇସ୍କୁଲ ପଡିଆରେ ଏମ୍ପିଏଲ୍ ଉଦ୍ୟାପିତ ହୋଇଯାଇଛି । ଏମ୍ପିଏଲ୍ ଟୁର୍ଣ୍ଣାମେଣ୍ଟରେ ଗଲି ବଏଜ, ହାକା ଇଗଲ, ମରନିଂ ସିକ୍ସର, ମରନିଂ ଥଣ୍ଡର ଭଳି ୪ ଗୋଟି ଦଳ ଅଂଶଗ୍ରହଣ କରିଥିଲେ । ପ୍ରତ୍ୟେକ ଦିନରେ ଦୁଇଟି ମ୍ୟାଚ ଖେଳା ଯାଇଥିଲା । ଅନ୍ତିମ ଦିନ ଫାଇନାଲ ମ୍ୟାଚରେ ହାକା ଇଗଲ ସହିତ ଗଲି ବଏଜ ଖେଳା ଯାଇଥିଲା । ଗଲି ବଏଜ ପ୍ରଥମେ ଟସ୍ ଜିତି ନିର୍ଦ୍ଧାରିତ ୧୫ ଓଭର୍ ଖେଳି ୯ ୱିକେଟ ହରାଇ ୧୨୦ରନ୍ କରିଥିଲା । ଦଳ ପକ୍ଷରୁ ବଣ୍ଟି ପରିଡା ୩୪ ରନ୍ ସଂଗ୍ରହ କରିଥିଲେ । ଜବାବରେ ହାକା ଇଗଲ ୯.୩ ଓଭରରେ ସମସ୍ତ ୱିକେଟ ହରାଇ ୫୨ କରି ପରାଜୟ ବରଣ କରିଥିଲା । ଗଲି ବଏଜ ଦଳ ପକ୍ଷରୁ ରାଜେଶ ବଳ ୩ ଓଭର୍ ବୋଲିଂ କରି ୭ ରନ୍ ବିନିମୟରେ ୪ ୱିକେଟ ନେଇ ମ୍ୟାନ୍ ଅଫ ଦି ମ୍ୟାଚ ଓ ଦେବିଦତ ରାଉତ ମ୍ୟାନ୍ ଅଫ୍ ସିରିଜ୍ ହୋଇଥିଲେ । ଅତିଥି ଭାବେ କ୍ରୀଡାବିତ୍ ନୀଳମାଧବ ଚକ୍ର, ଅମୂଲ୍ୟ କୁମାର ଜେନା ଓ ବସନ୍ତ ବାରିକ ଯୋଗ ଦେଇ ଦୁଇ ଦଳକୁ ଟ୍ରଫି ସହ ନଗଦ ଅର୍ଥ ରାଶି ପ୍ରଦାନ କରିଥିଲେ । ଟୁର୍ଣ୍ଣାମେଣ୍ଟକୁ ମରନିଂ ଇଲେଭେନର ସମସ୍ତ ସଦସ୍ୟ ପରିଚାଳନା କରିଥିଲେ ।