ଗୋପାଳଙ୍କୁ ଶ୍ରଦ୍ଧାଞ୍ଜଳି
ରାଜକନିକା : ରାଜକନିକା ବ୍ଲକ ଭରିଗଦା ପଞ୍ଚାୟତ ଅନ୍ତର୍ଗତ କେଶ ନଗର ଗାଁ ମୁରବି ଗୋପାଳ ଚରଣ ରାଉତଙ୍କ ଏକାଦଶାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତ ରାଉତଙ୍କ ଜାମାତା ସମାଜସେବୀ ପବିତ୍ର ରାଉତଙ୍କ ସଂଯୋଜନାରେ କେଶ ନଗର ଗ୍ରାମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ପଞ୍ଚାୟତ ସମିତି ଅଧ୍ୟକ୍ଷ କପିଳେନ୍ଦ୍ର ମଲ୍ଲିକ, ପ୍ରାକ୍ତନ ଜିଲ୍ଲା ପରିଷଦ ଶ୍ରୀନିବାସ ପ୍ରଧାନ, ଆଳି ପଞ୍ଚାୟତ ସମିତି ଅଧକ୍ଷ ମନୋରଞ୍ଜନ ସାମଲ, ୨ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ଭୀଷ୍ମ ମହାନ୍ତି, ସ୍ଥାନୀୟ ସମିତି ସଭ୍ୟ ଶରତ ରାଉତ, ସାମାଜିକ କର୍ମୀ ପ୍ରଦୀପ ରାଉତ, କୁମର ନାୟକ, ମନୋଜ ସେନାପତି, ହରିଶ ମହାପାତ୍ର, କ୍ଷୀରୋଦ ବେହୁରିଆ, ସୁବାସ ନାୟକ, ଶରତ ମଲ୍ଲିକ, ପ୍ରକାଶ ସେନାପତି, ବସନ୍ତ ନାୟକ, ପ୍ରକାଶ ବାରିକ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଗୋପାଳ ରାଉତଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।