ଧର୍ମାନ୍ତରୀକରଣକୁ ନେଇ ଉତ୍ତେଜନା 

ବୈଶିଙ୍ଗା : ବୈଶିଙ୍ଗା ଥାନା ଅଧୀନ ସନ୍ତରା ପଞ୍ଚାୟତ ଯୁଗପୁରା ଗ୍ରାମରେ ଧର୍ମାନ୍ତରଣ ଉଦ୍ୟମ ତଥା ସରକାରୀ ଜାଗାରେ ବେଆଇନ ଭାବେ ଚର୍ଚ୍ଚ ନିର୍ମାଣକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ଅଭିଯୋଗ ମୁତାବକ ପୂର୍ବରୁ କିଛି ଧର୍ମ ପ୍ରଚାରକ ଏହି ଗ୍ରାମକୁ ଆସି ଗରିବ ଆଦିବାସୀମାନଙ୍କୁ ଧର୍ମାନ୍ତରଣର ପ୍ରଲୋଭନ ଦେଖାଉଥିଲେ । ଏହାକୁ ନେଇ ଗ୍ରାମରେ ଉତ୍ତେଜନା ଦେଖାଦେଇଥିଲା ଏବଂ ବୈଶିଙ୍ଗା ପୁଲିସ ହସ୍ତକ୍ଷେପ ପରେ ସ୍ଥିତି ଶାନ୍ତ ପଡ଼ିଥିଲା । ତେବେ ଗତ ମଙ୍ଗଳବାର ପୁଣି ସେମାନେ ପହଞ୍ଚି ଏକ ସରକାରୀ ଜାଗାରେ ଚର୍ଚ୍ଚ ନିର୍ମାଣ ପାଇଁ ଉଦ୍ୟମ କରୁଥିଲେ । ଗ୍ରାମବାସୀ ଏହାର ବିରୋଧ କରିବାରୁ ଉତ୍ତେଜନା ସୃଷ୍ଟି ହୋଇଥିଲା । ଖବର ପାଇ ପୁଲିସ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିବା ସହିତ ଅଟକ ଥିବା ଉକ୍ତ ଧର୍ମ ପ୍ରଚାରକମାନଙ୍କୁ ଥାନାକୁ ନେଇ ଆସିଥିଲା । ପରେ ଏସ୍ପିଙ୍କ ନିଦେ୍ର୍ଦଶରେ ବୈଶିଙ୍ଗା ପୁଲିସ ଉଭୟ ପକ୍ଷଙ୍କୁ ବୁଝାସୁଝା କରି ଛାଡ଼ି ଦିଆଯାଇଥିବା ଜଣାଯାଇଛି ।