ଗୋବର୍ଦ୍ଧନ ପୀଠର ଜମିଜମା ସମାଧାନ ଖୁବ୍ଶୀଘ୍ର: କେଭି

 ପୁରୀ:  ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂ ଦେଓ ପୁରୀ ଗସ୍ତରେ ଆସି ଗୋବର୍ଦ୍ଧନ ପୀଠରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ସାକ୍ଷାତ କରି ତାଙ୍କର ଆଶୀର୍ବାଦ ଲାଭ କରିଛନ୍ତି । ଉପମୁଖ୍ୟମନ୍ତ୍ରୀ ଶଙ୍କରାଚାର୍ଯ୍ୟଙ୍କ ସହିତ ମଠର ଜମିଜମା ସଂପର୍କିତ ସମସ୍ୟାର ସମାଧାନ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଖୁବ୍ଶୀଘ୍ର ଜମିଜମା ସମସ୍ୟାର ସମାଧାନ ନେଇ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିବେ ବୋଲି ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ଉପମୁଖ୍ୟମନ୍ତ୍ରୀ ପୁରୀ ସଦର ଅନ୍ତର୍ଗତ ଚନ୍ଦନପୁର ସ୍ଥିତ ପଞ୍ଚବଟି ଗୋଶାଳା ପରିଦର୍ଶନ କରିବା ସହିତ ବିଭିନ୍ନ ଉନ୍ନତିକରଣ ଓ ଆଲୋକୀକରଣ କାର୍ଯ୍ୟର ଉଦ୍ଘାଟନ କରିଥିଲେ । 
ରାଜ୍ୟରେ ଗୋ ସଂପଦର ସୁରକ୍ଷା, ଜୈବୀକ କୃଷି ଓ କୃଷକଙ୍କୁ ପ୍ରଶିକ୍ଷଣ ଦିଗରେ ଉପମୁଖ୍ୟମନ୍ତ୍ରୀ ଗୋ ଶାଳାର ଭୂମିକାକୁ ନେଇ ଗୁରୁତ୍ୱାରୋପ କରିଥିଲେ । ସେ କହିଥିଲେ ରାଜ୍ୟ ସରକାର ପୁରୀକୁ ସବୁବେଳେ ବିଶେଷ ଗୁରୁତ୍ୱ ଦେଇଆସୁଛନ୍ତି । ଯେକୌଣସି ସରକାର ଆସିଲେ ପୁରୀର ଉନ୍ନତି ସମସ୍ତଙ୍କର ମୁଖ୍ୟ ଦାୟିତ୍ୱ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ।