ଗୋହତ୍ୟା ଓ ଗୋ ଚାଲାଣ ବନ୍ଦ ଦାବି
ଖୋର୍ଦ୍ଧା : ଜିଲ୍ଲାର ବିଭିନ୍ନ ଥାନା ଅଂଚଳରେ ପ୍ରତିଦିନ ଗାଈ, ବଳଦ ଏବଂ ଷଣ୍ଡ ଆଦି ଅନାୟସରେ ଚାଲାଣ ହେଉଥିବା ବେଳେ, ଗୋହତ୍ୟା ମଧ୍ୟ ବଢି ଚାଲିଛି । ତେଣୁ ଜିଲ୍ଲାରୁ ସମ୍ପୂର୍ଣ୍ଣ ଗୋହତ୍ୟା ଏବଂ ଗୋଚାଲାଣ ବନ୍ଦ ଦାବିରେ ବିଶ୍ୱ ହିନ୍ଦୁ ପରିଷଦ ବଜରଙ୍ଗ ଦଳ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ପ୍ରକାଶ ଥାଉକି, ଖୋର୍ଦ୍ଧା ଜିଲ୍ଲାରେ ଗୋଚାଲାଣ ମାତ୍ରାଧୂକ ଭାବେ ବଢି ଚାଲିଛି । ଏଥି ସହିତ ଗୋମାଂସ ଚାଲାଣ ମଧ୍ୟ ବଢିଛି । ଦୈନିକ ଶହ ଶହ ଟ୍ରକରେ ଗୋଚାଲାଣ ହେଉଛି । ଆନ୍ଧ୍ର, ମହାରାଷ୍ଟ୍ର ପଟୁ କଲିକତା, ବାଙ୍ଗଲାଦେଶକୁ ୧୬ ନମ୍ବର ଜାତୀୟରାଜପଥ ଏବଂ ୫୭ ନମ୍ବର ଜାତୀୟ ରାଜପଥ ଦେଇ ରୀତିମତ ଭାବେ ଗୋମାଂସ ଚାଲାଣ ହେଉଛି । ଗତ ଜାନୁଆରୀ ଠାରୁ ଆଜି ସୁଦ୍ଧା ୨ଶହ ଟନ୍ରୁ ଊର୍ଦ୍ଧ୍ୱ ଗୋମାଂସ ଏବଂ ୫ଶହରୁ ଅଧିକ ଗୋରୁ ଜବତ କରାଯାଇଥିବା ବେଳେ, ଶହେ ଗୋରୁ ଗାଈଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଖୋର୍ଦ୍ଧା ଦେଇ ଦୈନିକ ଅତି ଦୟନୀୟ ଅବସ୍ଥାରେ କଂଟେନରରେ ଗୋମାଂସ ଓ ଗୋଚାଲାଣ କରାଯାଉଛି । ଗୋମାଂସ ଚାଲାଣ ପାଇଁ ଦୈନିକ ଗୋରୁଗାଈଙ୍କୁ ଅତି ନୃଶଂସ ଭାବେ କଟା ଚାଲିଛି । ଖୋର୍ଦ୍ଧା ଜିଲ୍ଲାର ଚିଲିକା, ବାଣପୁର ଠାରୁ ଆରମ୍ଭ କରି ଜଟଣୀ, ଏପଟେ ବେଗୁନିଆ ବୋଲଗଡ ସବୁଠି ଗ୍ରାମାଂଚଳରେ ଆଉ ଗୋରୁଗାଈ ନାହାନ୍ତି । କୁଚକ୍ରୀ ଗୋଷ୍ଠି ଗ୍ରାମାଂଚଳରୁ ବିଧର୍ମୀଙ୍କୁ ବିକ୍ରି କରୁଛନ୍ତି । ତେଣୁ ୬ଦଫା ଦାବି ପୂରଣ ଲାଗି ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଦାବିଗୁଡିକ ମଧ୍ୟରେ ଜିଲ୍ଲାରେ ଗୋହତ୍ୟା ଏବଂ ଗୋ ଚାଲାଣ କଡାକଡି ଭାବେ ବନ୍ଦ କରିବାକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ, ରାଜ୍ୟ ସରକାର ଗୋହତ୍ୟା ଏବଂ ଗୋ ଚାଲାଣ ନିରୋଧ ଆଇନକୁ ସରକାର କଡାକଡି କାର୍ଯ୍ୟକାରୀ କରିବାକୁ ନିଦେ୍ର୍ଦଶ, ଗୋ ଚାଲାଣ, ଗୋ ହତ୍ୟାକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ, ଜିଲ୍ଲାର ପ୍ରତ୍ୟେକ ପଂଚାୟତ ଓ ସହରାଂଚଳରେ ଗୋଶାଳା, କାଞ୍ଜିଆହୁଦା ସ୍ଥାପନ କରାଯାଉ, ଛୋଟ ଛୋଟ ଗୋଶାଳା ଗୁଡିକୁ ସରକାରୀ ସହାୟତା ଏବଂ ଉଦ୍ଧାର ଗାଈ, ବଳଦ, ଷଣ୍ଡଙ୍କ ଚିକିତ୍ସା ନିମନ୍ତେ ୨୪ ଘଂଟା ସୁବିଧା ପ୍ରଦାନ, ଗୋଶାଳା ଏବଂ ବୁଲା ଗାଈ, ବଳଦ, ଷଣ୍ଡଙ୍କ ଚିକିତ୍ସା ସେବା କରୁଥିବା ଅନୁଷ୍ଠାନ କର୍ମୀ ମାନଙ୍କୁ ସରକାରଙ୍କ ପକ୍ଷରୁ ଚିକିସôା ପ୍ରଶିକ୍ଷଣ ଶିବିର ଆୟୋଜନ କରିବା ପ୍ରଭୃତି ରହିଛି ।