‘ଦି ବେଙ୍ଗଲ ଫାଇଲସ୍’ ଦେଖିଲେ ଯୁବଗୋଷ୍ଠୀ 

 ଜଟଣୀ :  ଭାରତ ବିଭାଜନ ସମୟର କରୁଣ ସ୍ଥିତିକୁ ନେଇ ପ୍ରସ୍ତୁତ ଚଳଚ୍ଚିତ୍ର ‘ଦି ବେଙ୍ଗଲ ଫାଇଲସ୍’  । ପିଜେ ମୁଭି ସେଣ୍ଟରରେ ବିଜେପି ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳଙ୍କ ନେତୃତ୍ୱରେ ବିଶେଷ ସ୍କ୍ରିନିଙ୍ଗ ଦ୍ୱାରା ଜଟଣୀ ଅଞ୍ଚଳର ଅନେକ ଯୁବଗୋଷ୍ଠୀ ଓ ଛାତ୍ରଛାତ୍ରୀମାନେ ଇତିହାସର ସେହି କଳା ଅଧ୍ୟାୟ ବିଷୟରେ ଅବଗତ ହେଲେ  । ଇତିହାସ ସବୁବେଳେ କିଛି ନା କିଛି ଶିକ୍ଷା ଦେଇଥାଏ  । ଗୋପାଳ ପାଠା ଭଳି ସାହସୀ ଯୁବକ ଯାହାଙ୍କ ପାଇଁ କଲିକତାରେ ହିନ୍ଦୁମାନଙ୍କ ଜୀବନ ବଞ୍ଚାଇ ପାରିଲେ ତାଙ୍କ ପ୍ରତି ଇତିହାସକାର ମାନେ ଅନ୍ୟାୟ କରିଥିଲେ  । ଏହି ଚଳଚ୍ଚିତ୍ରରେ ପ୍ରଥମ ଥର ପାଇଁ ଦେଶବାସୀ ତାଙ୍କର ଅବଦାନ ବିଷୟରେ ଜାଣିବା ପାଇଁ ପାଇଛନ୍ତି ବୋଲି ବିଶ୍ୱାଳ କହିଛନ୍ତି ।