ଦୁର୍ଗା ପୂଜା ପାଇଁ ଉଠିଲା ମାଟି 

 ରାଜନଗର : ରାଜନଗର ବ୍ଲକରେ ଦଶହରା ପାଇଁ ମା ଦୂର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତି ନିମନ୍ତେ ସୁନିଆଁ ଅବସରରେ ମାଟି ଉଠାଯାଇଛି । ଦୁର୍ଗା ପୂଜା କମିଟିର ସଭାପତି ତଥା ରାଜନଗର ଥାନା ଆଇଆଇସି ନରେଶ କୁମାର ସାହୁ, ସଂପାଦକ ପ୍ରଭାତଚନ୍ଦ୍ର ମିଶ୍ର, ରମେଶ ଚନ୍ଦ୍ର ଲାଲ, ସୁରେନ୍ଦ୍ର କୁମାର ମହାପାତ୍ର, ରମଣୀରଂଜନ ମହାପାତ୍ର, ଚିତ୍ତରଂଜନ ଦାସ, ଜୟରାମ ସେଠୀ, ଅନିରୁଦ୍ଧ ପରିଡା, ବାଇଧର ସେଠୀ, ସତ୍ୟବାନ ସେଠୀ, ବିଜୟ ଗୁପ୍ତା,ପ୍ରହଲ୍ଲାଦ ମଳିକ ପ୍ରମୁଖ ଉପସ୍ଥିତ ଥିଲେ । ପଣ୍ଡିତ ବିଜୟକୁମାର ନନ୍ଦ, ପଣ୍ଡିତ ଶଙ୍କର୍ଷଣ ମିଶ୍ରଙ୍କ ପୂଜାପାଠ ପରେ ମାଟି ଉଠିଥିଲା । ପଣ୍ଡିତ ଅଭୟ ମିଶ୍ର, ପଣ୍ଡିତ ରବିନାରାୟଣ ମିଶ୍ର, ପଣ୍ଡିତ ହରପ୍ରସାଦ ଷଡଙ୍ଗୀ, ପଣ୍ଡିତ ପ୍ରଦୀପ ମିଶ୍ର, ପଣ୍ଡିତ ପ୍ରମୋଦ ପାଣି ପୂଜାପାଠ କରିଥିଲେ ।