କଂଗ୍ରେସ ପକ୍ଷରୁ ସୃଜନ କାର୍ଯ୍ୟକ୍ରମ
ଜଟଣୀ: ଜାତୀୟ ପ୍ରଦେଶ କଂଗ୍ରେସ କମିଟି ଓ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ନିଦେ୍ର୍ଦଶକ୍ରମେ ସ୍ଥାନୀୟ ଖଣ୍ଡୁଆଳି ମନ୍ଦିର ପରିସରରେ ସଂଗଠନାତ୍ମକ ସୃଜନ ଅଭିଯାନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଅଖିଳ ଭାରତୀୟ କଂଗ୍ରେସ କମିଟି ତରଫରୁ ପର୍ଯ୍ୟବେକ୍ଷକ ଭାବେ ଗୁଜୁରାଟର ପୂର୍ବତନ ମନ୍ତ୍ରୀ ବିମଲ୍ ସାହା, ପୂର୍ବତନ ସାଂସଦ ଅନନ୍ତ ସେଠି, ଜିଲ୍ଲା ସଂଯୋଜକ ରାଜୀବ ପଟ୍ଟନାୟକ, ଓଡ଼ିଶା ପ୍ରଭାରୀ ଅଜୟ ଲଲୁ, ବିଶ୍ୱରଞ୍ଜନ ପଣ୍ଡା, ଦେବାଶିଷ ମହାପାତ୍ର, ଖୋର୍ଦ୍ଧାଜିଲ୍ଲା ପ୍ରଭାରୀ, ଖୋର୍ଦ୍ଧାଜିଲ୍ଲା ସଂଯୋଜକ ଚିନ୍ମୟ ପ୍ରଧାନ ଯୋଗଦେଇ ଜଟଣୀ ମୁ୍ୟନିସିପାଲଟି, ବ୍ଲକର ସମସ୍ତ ନେତୃମଣ୍ଡଳୀ, ସରପଞ୍ଚ, ନୋମିନି, କାଉନସିଲରମାନଙ୍କ ଠାରୁ ଖୋର୍ଦ୍ଧା ଜିଲ୍ଲା ସଭାପତି ଚୟନ ନିମନ୍ତେ ମତାମତ ଗ୍ରହଣ କରିଥିଲେ । ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ ଏହାର ନେତୃତ୍ୱ ନେଇଥିଲେ । ଏଥିରେ ନଗର କଂଗ୍ରେସ ସଭାପତି ଅଶୋକ ମଙ୍ଗରାଜ, ରାଧାରଞ୍ଜନ ଶତପଥୀଙ୍କ ସମେତ ବହୁ କର୍ମୀମାନେ ଉପସ୍ଥିତ ଥିଲେ ।