ଗୌରବ ଆଣିଲେ ଡ୍ୟାନ୍ସ ଏକାଡେମୀ
ସମ୍ବଲପୁର : ପୁଣି ସମ୍ବଲପୁର ପାଇଁ ଗୌରବ ଆଣି ଦେଇଛନ୍ତି ଥିମ୍ କ୍ରିଏସନ୍ ଡ୍ୟାନ୍ସ ଏକାଡେମୀ, ହୀରାକୁଦ । ଅଖିଳ ନଟରାଜମ ଅନ୍ତର ସାଂସ୍କୃତିକ ସଂଘ, ନାଗପୁର ପକ୍ଷରୁ ଭାରତ ନୃତ୍ୟ ମହୋତ୍ସବ ଜୁନ୍ ୨ ରୁ ୫ ମଧ୍ୟରେ ଗୋଆର ରାଜଧାନୀ ପାନାଜୀ ସ୍ଥିଥକଳା ଏକାଡେମୀ ଅଡିଟୋରିୟମ୍ ଠାରେ ଅନୁଷ୍ଠିତ ହୋଇ ସାରିଛି । ଏଥିରେ ବିଖ୍ୟାତ ବଲିଉଡ଼ କରିଓଗ୍ରାଫର ବୈଭବ ଗୁଘେ ଏବଂ ଲବଣି ପ୍ରିନ୍ସ ଶୁଭମ ବୋରଦେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଦେଶର ବିଭିନ୍ନ ରାଜ୍ୟରୁ ଅନେକ ଡାନ୍ସଗ୍ରୁପ ତଥା ସୋଲୋ ଡ୍ୟାନ୍ସର ଏଥିରେ ଅଂଶ ଗ୍ରହଣ କରିଥିଲେ । ଡିଜିଟାଲ ସ୍କ୍ରିନ ଟେଷ୍ଟରେ ପାସ୍ କରି ଓଡିଶାରୁ ଏକ ମାତ୍ର ଗ୍ରୁପ ଭାବେ ଥିମ୍ କ୍ରିଏସନ୍ ଡ୍ୟାନ୍ସ ଏକାଡେମୀ, ହୀରାକୁଦକୁ ଏଥିରେ ଅଂଶ ଗ୍ରହଣ କରିବା ପାଇଁ ଚୟନ କରାଯାଇଥିଲା । ଏଥିରେ ଫୋକ୍ ଡାନ୍ସ ସିନିଅର ଗ୍ରୁପ କ୍ୟାଟେଗୋରୀରେ ଥିମ୍ କ୍ରିଏସନ୍ ଡ୍ୟାନ୍ସ ଏକାଡେମୀ, ହୀରାକୁଦ ପ୍ରଥମ ସ୍ଥାନରେ ଉତ୍ତୀର୍ଣ୍ଣ କରିଛି । ଏହି ଗ୍ରୁପରେ ମିଲି ଭୋଳ, ସ୍ୱପ୍ନା ପାଳ, ଚନ୍ଦନ ଛତ୍ରିଆ, ଅନ୍ନପୂର୍ଣ୍ଣା କୁମ୍ଭାର, ରୀତିକା ବାରିକ, ବୁଲବୁଲ ପ୍ରଧାନ, ପରବେଶ କୌଶଲ, ଜିତେନ୍ କୁଆର, ଦୀପକ ଛତ୍ରିଆ, ଶୀଧେଶ୍ୱର ବାରିକ ଆଦି ୧୦ ଜଣ ଡ୍ୟାନ୍ସର ଅଂଶ ଗ୍ରହଣ କରିଥିଲେ । ଆଉଜଣେ କୁନି ପ୍ରତିଭା ଅଂଶୀକା ବେହେରା ବଲିଉଡ଼ ସୋଲ ମାଇନର କ୍ୟାଟାଗୋରୀରେ ଦ୍ୱିତୀୟ ସ୍ଥାନରେ ଉତ୍ତୀର୍ଣ୍ଣ କରି ଅନୁଷ୍ଠାନ ପାଇଁ ଗୌରବ ଆଣି ଦେଇଛନ୍ତି । ଡ୍ୟାନ୍ସ ଗୁରୁ ମାନସ ମୂଳି ସାରଙ୍କ ନେତୃତ୍ୱରେ ଏହି ଗ୍ରୁପ ସୁଦୂର ଗୋଆକୁ ଯାଇ ଆମ ରାଜ୍ୟ ତଥା ଜିଲ୍ଲା ପାଇଁ ସମ୍ମାନ ଆଣି ଦେଇଥିବାରୁ ଅନେକ ମହଲରେ ତାଙ୍କ ଏହି ଉପଲବ୍ଧିକୁ ସାଧୁବାଦ ଏବଂ ଶୁଭେଚ୍ଛା ମିଳୁଛି ।