ଗ୍ରାହକ ସେବା ସମ୍ମିଳନୀ
କାକଟପୁର : କାକଟପୁର ଚନ୍ଦନ ବଜାର ସ୍ଥିତ ଅଗ୍ରଣୀ ବ୍ୟାଙ୍କ ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆ ପରିସରରେ ବ୍ୟାଙ୍କ ଶାଖା ପରିଚାଳକ ସୁବ୍ରତ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ଗ୍ରାହକ ସେବା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବ୍ୟାଙ୍କର ଏକ ଶହରୁ ଉର୍ଦ୍ଧ ହିତାଧିକାରୀ ଯୋଗଦେଇ ବ୍ୟାଙ୍କରେ ବିଭିନ୍ନ ସରକାରୀ ଓ ବେସରକାରୀ ଯୋଜନା ପାଇବାରେ ଅନେକ ଅସୁବିଧା ହେଉଥିବା ପରିଚାଳକ ଶ୍ରୀ ମହାନ୍ତିଙ୍କୁ ପ୍ରଶ୍ନ କରିଥିଲେ । ବ୍ୟାଙ୍କ ପରିଚାଳକ ବିଭିନ୍ନ ଋଣ, କ୍ଷୁଦ୍ର ବ୍ୟବସାୟୀ ମାନଙ୍କ ପାଇଁ ଉପଲବ୍ଧ ବିଭିନ୍ନ ଯୋଜନା, ମହିଳା ହିତାଧିକାରୀଙ୍କ ପାଇଁ ସ୍ୱୟଂ ସିଦ୍ଧା ଋଣ ସମ୍ପର୍କରେ ବ୍ୟାପକ ଆଲୋଚନା କରିଥିଲେ । ବିଗତ ଦିନରେ ଏହି ଶାଖା ସେବା ଦେବାରେ ବିଫଳ ହେଉଥିବା ଅଭିଯୋଗକୁ ଖଣ୍ଡନ କରି ହିତାଧିକାରୀଙ୍କୁ ସମସ୍ତ ଯୋଜନା ସୁବିଧାରେ ଯୋଗାଇ ଦେବାକୁ ପ୍ରକାଶ କରିଥିଲେ ।