ରଜ ମହୋତ୍ସବ ଉଦ୍ଘାଟିତ
ଫୁଲବାଣୀ: ଫୁଲବାଣୀ: ରଜ ଏକ ଓଡ଼ିଶାର ନିଆରା ପର୍ବ ଖାସ୍ କରି ମହିଳା ମାନେ ଏହି ଉତ୍ସବକୁ ଅପେକ୍ଷା କରି ରହିଥାନ୍ତି । ଏହି ଉତ୍ସବରେ ରଜର ମଜା ନେବାପାଇଁ ପିଠା ପଣା ସହ ପାନ ଖାଇବା ସଙ୍ଗେ ସଙ୍ଗେ ଦୋଳି ଖେଳିବାର ମଜା ନିଅନ୍ତି ପ୍ରତ୍ୟେକଟି ମହିଳା । ଏଇ ପର୍ବ ଟିକୁ ନିଆରା ଢଙ୍ଗରେ ପାଳିବା ପାଇଁ ଫୁଲବାଣୀ ସ୍ଥିତ ଗାନ୍ଧୀ ସ୍ମୃତି ଭବନରେ ଦୀର୍ଘ ତିନି ଦିନ ବ୍ୟାପୀ କନ୍ଧମାଳ ରଜ ମହୋତ୍ସବ ୨୦୨୫ ଆୟୋଜିତ କରାଯାଇଅଛି । ଉଦ୍ଘାଟନ ଦିବସରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ମୁଖ୍ୟ ଚିକିସôା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼ ସନ୍ତୋଷ କୁମାର ପାଢ଼ୀ ଯୋଗଦାନ କରି ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହୋତ୍ସବ ପରିଚାଳନା କମିଟି ଅଧ୍ୟକ୍ଷ ସୁନୀଲ ପଟ୍ଟନାୟକ, କାର୍ଯ୍ୟକାରୀ ଅଧ୍ୟକ୍ଷ ରାଧାମୋହନ ମହାପାତ୍ର, ଉପସଭାପତି ମହମ୍ମଦ ଚିସ୍ତୀ, ସାମ୍ୱାଦିକ ସନ୍ତୋଷ ଦିଗାଲ, ସମାଜସେବୀ ତଥା କୋଷାଧ୍ୟକ୍ଷ ପ୍ରଶନ୍ନ ସ୍ୱାଇଁ, ଦିଲ୍ଲୀପ ମହାପାତ୍ର, ନୀଳ ମାଧବ ମିଶ୍ର, ଶୁଭଲକ୍ଷ୍ମୀ ପାତ୍ର, ଅନିତା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ନୃତ୍ୟ ଓ ଗୀତ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥଲା । ବିଚାରକ ଭାବେ କଣ୍ଠଶିଳ୍ପୀ ତନୁଜା ମହାନ୍ତି, ଅସିତ୍ ନନ୍ଦ, ରମାକାନ୍ତ ମାଝୀ ଓ ନୃତ୍ୟ ପ୍ରତିଯୋଗୀତାରେ ରଞ୍ଜିତ ମୁଖୀ, ସୁଜିତ, ନିହରୀକା ପ୍ରମୁଖ ବିଚାରକ ଭାବେ ଯୋଗ ଦେଇଥିଲେ । ପହିଲି ରଜରେ ନଟରାଜ କଳା ମନ୍ଦିର ନୃତ୍ୟ ପରିବେଷଣ କରିଥିଲେ ।