ପ୍ରାଣୀଧନ ସହାୟକ ସଂଘର ସାଧାରଣ ଅଧିବେଶନ
କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ଜିଲ୍ଲା ପ୍ରାଣୀଧନ ସହାୟକ ସଂଘର ଦ୍ୱାଦଶତମ ସଧାରଣ ଅଧିନେଶନ ଓ ନୂତନ କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସଂଘ ପକ୍ଷରୁ ସଂପାଦକ ଲଳିଟେନ୍ଦୁ ଦଳାଇ, ସଂଗଠନ ସଂପାଦକ ରାମଚନ୍ଦ୍ର ନାୟକ, ଜୋନ ସଂପାଦକ ଗିରିଶ ଚନ୍ଦ୍ର ବାରିକ ପ୍ରମୁଖ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଥିଲେ । ଜିଲ୍ଲାର ପୂର୍ବତନ ସଭାପତି ରଜନୀକାନ୍ତ ନାଥଙ୍କ ସଭାପତିତ୍ୱରେ ନୂତନ କର୍ମକର୍ତା ନିର୍ବାଚନ କରା ଯାଇଥିଲା । ସଭାପତି ଭାବେ ଜ୍ୟୋତି ପ୍ରକାଶ ମହାନ୍ତି, ସଂପାଦକ ପିନାକ ବରୁଣ ରାଉତ, ସହ ସଂପାଦକ ଗୋଲେଖ ପରମାଣିକ, ଉପ ସଭାପତି ପ୍ରଶାନ୍ତ କୁମାର ଜେନା, ସ୍ନେହଲତା ବାରିକ, ଅର୍ଥ ସଂପାଦକ ମାଧବ କୁମାର ଗୋଲ, ସଂଗଠନ ସଂପାଦକ ସଚ୍ଚିଦାନନ୍ଦ ସାହୁ ଓ ଅଫିସ ସଂପାଦକ ଭାବେ ବିଶ୍ୱରଂଜନ ସ୍ୱାଇଁ ସର୍ବ ସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ । ଅବସର ଗ୍ରହଣ କରିଥିବା ବିବେକାନନ୍ଦ ଜେନା, ଅଶୋକ ପ୍ରଧାନ, ଯୋଗାନ୍ଦ୍ର ମାହାଲିକ, ପ୍ରଶାନ୍ତ କୁମାର ଜେନାଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରା ଯାଇଥିଲା ।