ଚାଳକଙ୍କୁ ହେଲମେଟ ପ୍ରଦାନ
କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଆରକ୍ଷୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅବକାରୀ ବିଭାଗ, ପୁଲିସ ଏବଂ ଆର୍ଟିଓ କର୍ମଚାରୀ ମାନଙ୍କ ମିଳିତ ସହଯୋଗ କ୍ରମେ ରାସ୍ତାରେ ଯାତାୟାତ କରୁଥିବା ଉଭୟ କେନ୍ଦ୍ରାପଡ଼ା ଓ ପଟ୍ଟାମୁଣ୍ଡାଇ ଅଞ୍ଚଳର ଦୁଇଟି ସ୍ଥାନରେ ପାଖା ପାଖି ୫୦ ଜଣରୁ ଉର୍ଦ୍ଧ ଲୋକଙ୍କୁ ହେଲମେଟ ପ୍ରଦାନ କରାଯାଇଛି । କଛି ସାଧାରଣ ଜନତା ରାସ୍ତାରେ ବାଇକ ଚଳାଇଲା ବେଳେ ଆଦୌ ହେଲମେଟ ବ୍ୟବହାର କରୁ ନାହାନ୍ତି । ସେହି ବ୍ୟକ୍ତି ମାନଙ୍କୁ ରାସ୍ତାରେ ଅଟକାଇ ସେମାନଙ୍କର ଲାଇସେନ୍ସ ଯାଞ୍ଚ ସହିତ ସଡକ ଦୁର୍ଘଟଣାରୁ କିପରି ସେମାନେ ରକ୍ଷା ପାଇ ପରିବେ ସେଥି ନିମନ୍ତେ ସେମାନଙ୍କୁ ଗୋଟେ ହେଲମେଟ ମାଗଣାରେ ପ୍ରଦାନ କରା ଯାଇଥିବା ଦେଖିବାକୁ ମିଳିଥିଲା । କାର୍ଯ୍ୟକ୍ରମରେ ଅବକାରୀ ଅଧିକ୍ଷୀକ ବିପ୍ର ଚରଣ ମଣ୍ଡଳଙ୍କ ସମେତ ଜିଲ୍ଲା ହେଡ଼ କ୍ୱାଟର ଡି.ଅଇ.ବି ଡିଏସପି ଲଷ୍ମୀ ନାରାୟଣ ତିଆରୀ ଓ ରିଜର୍ଭ ଇନିସିପେକ୍ଟର ପ୍ରଶାନ୍ତ କୁମାର ରଣସିଂହ ଏବଂ କେନ୍ଦ୍ରାପଡ଼ା ଆରଟିଓ ଧିରେନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।