ସ୍ୱେଚ୍ଛାସେବୀଙ୍କ କୃତିତ୍ୱ

 ରାଜକନିକା : ଭାରତ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରାଳୟ ଦ୍ୱାରା ଆୟୋଜିତ ସର୍ବ ଭାରତୀୟ ସ୍ତରରେ ରାଷ୍ଟ୍ରୀୟ ଏକତା ଶିବିର କନ୍ୟା କୁମାରୀ ଜିଲ୍ଲାର ଏସ୍ଟି ହିନ୍ଦୁ କଲେଜରେ ଅନୁଷ୍ଠିତ ହୋଇଛି । ଏହି ଶିବିରରେ ରାଜକନିକା ଶୈଳେନ୍ଦ୍ର ନାରାୟଣ କଲେଜ ଜାତୀୟ ସେବା ଯୋଜନା ସ୍ୱେଛାସେବୀ ଦିବ୍ୟଜ୍ୟୋତି ବିଶ୍ୱାଳ +୩ ପ୍ରଥମ ବର୍ଷ ବିଜ୍ଞାନ ବିଭାଗର ଛାତ୍ର ଅଂଶ ଗ୍ରହଣତା କରି ଉଭୟ ନୃତ୍ୟ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ଦିବ୍ୟଜ୍ୟୋତିଙ୍କ ଏହି ସଫଳତା ପାଇଁ ତାଙ୍କୁ କଲେଜ ଅଧ୍ୟକ୍ଷା ପ୍ରଫେସର ସୁରେଖା ରାଉତ, ପ୍ରୋଗ୍ରାମ ଅଫିସର ପ୍ରଫେସର ଡ. ଜୟନ୍ତ ମଲ୍ଲିକ ଓ ଅଧ୍ୟାପିକା ଜ୍ୟୋତି ପୁଷ୍ପା ବେହେରା, ଅଧ୍ୟାପକ ଦେବଦାସ ପ୍ରଧାନଙ୍କ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଶୁଭେଚ୍ଛା ଜଣାଇଛନ୍ତି ।