ଚୁଡାପାଲି ବିଦ୍ୟାଳୟର ବାର୍ଷିକୋତ୍ସବ

 ବଲାଙ୍ଗିର: ସଦର ବ୍ଲକ ଅନ୍ତର୍ଗତ ଚୁଡାପାଲି ସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଏସ୍ଏସ୍ଡି)ର ୨୫ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଯୋଗ ଦେଇ ଛାତ୍ରଛାତ୍ରୀ, ଅଭିଭାବକ, ଉପସ୍ଥିତ ଅଂଚଳବାସୀଙ୍କୁ ଉଦ୍ବୋଧନ ଦେଇଥିଲେ । ପ୍ରଧାନ ଶିକ୍ଷକ କୁଶଳେଶ୍ୱର ମିଶ୍ରଙ୍କ ଆବାହକତ୍ୱରେ ଆୟୋଜିତ ସଭାରେ ଜିଲ୍ଲା ମଙ୍ଗଳ ଅଧିକାରୀ ଅଲେଖ ଚନ୍ଦ୍ର ବିଶ୍ୱାଳ ସଭାପତିତ୍ୱ କରିଥିବାବେଳେ ମୁଖ୍ୟବକ୍ତା ଡ. ସୁଶାନ୍ତ କୁମାର ପଣ୍ଡା ଓଡିଆ ଅଧ୍ୟାପକ ପିଜି ବିଭାଗ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ, ସମ୍ମାନିତ ଅତିଥି ରସରାଜ ଅଚୁ୍ୟତ ପୁରୋହିତ ବ୍ୟଙ୍ଗ କବି, ଦାମୋଦର ବିଶ୍ୱାଲ ଅତରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ, ଲୋକନାଥ କୁମୁରା ଆଲୁମିନି ସଭାପତି, ଲକ୍ଷ୍ମି ନନ୍ଦ ସରପଂଚ ଚୁଡାପାଲି ପ୍ରମୁଖ ମଂଚାସୀନ ଥିଲେ । ଏହି ଅବସରରେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ।  ସାଂସ୍କୃତିକ ସନ୍ଧ୍ୟାରେ ଆମ ଲୋକଗୀତ, ଲୋକନୃତ୍ୟ, ବହୁ ଭାଷୀୟ ନୃତ୍ୟ, ଦେଶାତ୍ମବୋଧକ ଗୀତ ଓ ନୃତ୍ୟ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଚନ୍ଦ୍ରକାନ୍ତି ମିଶ୍ର, ବିଭୁପ୍ରସାଦ ୟାଦବ, ଚନ୍ଦ୍ରଶେଖର ସାହୁ, ପ୍ରମୋଦା ପତି, ପୂର୍ଣ୍ଣିମା ପଣ୍ଡା, ବୁଦ୍ଧଦେବ ନାଏକ, ସୁଜାତା ସ୍ୱାଇଁ, ଜଗଦିଶ ଶବର, ସୁଜାତା ନନ୍ଦ, ପ୍ରମୋଦିନୀ ପଧାନ ପ୍ରମୁଖ ଶିକ୍ଷକଶିକ୍ଷୟିତ୍ରୀ ବୃନ୍ଦ ଉପସ୍ଥିତ ଥିଲେ । ବିଦ୍ୟାଳୟ ପରି·ଳନା ସଭାପତି ଅକ୍ଷୟ ଘିବେଲା, ସଂଗଠକ ଜୟକୃଷ୍ଣ ମିଶ୍ର, ବିଜୟ ନାହାକ, ଶୁଶିଲ ବେହେରା, ପଙ୍କଜ ମାଲ, ସନ୍ତୋଷ ସାହୁ, ତ୍ରିନାଥ ନନ୍ଦ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।