ବ୍ଲକସ୍ତରୀୟ ବିଜ୍ଞାନ ମେଳା

 କପ୍ତିପଦା:  କପ୍ତିପଦା ବ୍ଲକସ୍ତରୀୟ ବିଜ୍ଞାନ ମେଳା ବଡ଼ଖଲାଡ଼ି ସ୍ଥିତ ଜବାହରଲାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ତୃତୀୟ ଶ୍ରେଣୀରେ ବୃତ୍ତି ପାଇଥିବା ଶରତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର କୁମାର ଆଦିତ୍ୟ ସାଇକି୍ରଷ୍ଣା ପାତ୍ର ଉକ୍ତ ମେଳାକୁ ଉଦ୍ଘାଟନ କରିଥିଲେ । ଉଦ୍ଘାଟନ ସଭାରେ ସଭାପତିତ୍ୱ କରିଥିଲେ ବ୍ଲକ୍ ଗୋଷ୍ଠୀ ଶିକ୍ଷାଧିକାରୀ ଦୀପକ କୁମାର ମିଶ୍ର । ଏଥିରେ ମୁଖ୍ୟ ଅତିଥିଭାବେ ବିଡ଼ିଓ ସିଦେ୍ଧଶ୍ୱର ନାୟକ, ମୁଖ୍ୟ ବକ୍ତାଭାବେ ଶ୍ୟାମାଖୁଣ୍ଟା କୃଷି ଗବେଷଣା କେନ୍ଦ୍ରର ବରିଷ୍ଠ କୃଷି ବୈଜ୍ଞାନିକ ଡ଼ଃ ସଂଘମିତ୍ରା ପଟ୍ଟନାୟକ, ସମ୍ମାନିତ ଅତିଥିଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଲକ୍ଷ୍ମୀଧର ସିଂ, ସାଂଗଠନିକ ସଂପାଦକ ତଥା ଆୟୋଜିତ ବିଦ୍ୟାଳୟର ପ୍ରଧାନଶିକ୍ଷକ ନିରଂଜନ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ଉକ୍ତ ମେଳାରେ ମୋଟ ୧୬୨ଟି ପ୍ରକଳ୍ପ ସ୍ଥାନ ପାଇଥିବାବେଳେ ପ୍ରାଥମିକ ସ୍ତରରେ ୪୫ଟି, ଉଚ୍ଚ ପ୍ରାଥମିକ ସ୍ତରରେ ୭୨ଟି, ହାଇସ୍କୁଲ୍ ସ୍ତରରେ ୪୫ଟି ପ୍ରକଳ୍ପ ସ୍ଥାନିତ ହୋଇଥିଲା । ବିଜ୍ଞାନ ମେଳାରେ ପ୍ରକଳ୍ପଗୁଡ଼ିକୁ  ଅଶ୍ୱିନୀ ବେହେରା, ଜୟନ୍ତ କୁମାର ଛାଟିଆ, ବିଜୟ କୁମାର ପାଣିଗ୍ରାହୀ, ଗିରିଜା ଶଙ୍କର ପାତ୍ର, ଦୀପକ କୁମାର ପୃଷ୍ଟି, ପ୍ରତୁ୍ୟଷାମଂଜରୀ ବେହେରା ପ୍ରମୁଖ ମୂଲ୍ୟାୟନ କରିଥିଲେ । ସେହିପରି ପଞ୍ଚମ ଶ୍ରେଣୀରେ ବୃତ୍ତି ପାଇଥିବା ଛାତ୍ରୀ ପରାଶବଣି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ମୀତାଞ୍ଜଳୀ ବେହେରା ଉଦ୍ୟାପନୀ ଉତ୍ସବରେ ଯୋଗ ଦେଇଥିଲେ । ଏଥିରେ ବିଇଓ ଦୀପକ କୁମାର ମିଶ୍ର କରିଥିବାବେଳେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ବିଧାୟକ ଭାସ୍କର ଚନ୍ଦ୍ର ମଢ଼େଇ, ମୁଖ୍ୟ ବକ୍ତାଭାବେ ବରିଷ୍ଠ ଚର୍ମ ବିଶେଷଜ୍ଞ ମାନସ ରଂଜନ ପୁହାଣ, ସମ୍ମାନିତ ଅତିଥିଭାବେ ବିଆର୍ସିସି ଘନଶ୍ୟାମ ସିଂ, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଅକ୍ଷୟ କୁମାର ବେହେରା ପ୍ରମୁଖ ଯୋଗ ଦେଇଥିଲେ । ନୂଆସାହି ସରକାରୀ ଉପ୍ରା ବିଦ୍ୟାଳୟର ଛାତ୍ରୀ ତୃପ୍ତୀମୟୀ ବେହେରାଙ୍କର ପ୍ରକଳ୍ପ ବିନା ମୂଲ୍ୟରେ ପ୍ରାକୃତିକ କୃଷି, ତାଳପୋଖରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ସୌଭାଗିନୀ ବେହେରାଙ୍କର ଖାଦ୍ୟ ଆବର୍ଜନାରୁ ପ୍ରାକୃତିକ ଗ୍ୟାସ ଉତ୍ପାଦନ, ବରବାଡ଼ି ପ୍ରାଥମିକ ବିଦ୍ୟାଳୟର ନିବେଦିତା ପଢ଼ିଆଳ ଫିଣ୍ଟିଂ ଆମ୍ବ୍ରେଲା, ଭାଲୁବସା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ସାଇକ୍ରୀଷ୍ଣା ହାତୀଙ୍କ ବିଦୁ୍ୟତ୍ ବିଶ୍ଳେଷଣରୁ ଅମ୍ଳଜାନ ପ୍ରସ୍ତୁତି, ନୁଦଡ଼ିହା ଇନ୍ଦିରାଗାନ୍ଧୀ ଉଚ୍ଚ ବାଳିକା ବିଦ୍ୟାଳୟର ଛାତ୍ରୀ ସୋନାଲୀ ମୁର୍ମୁଙ୍କ ଏଲିପିଜି ଗ୍ୟାସ୍ ନିର୍ଗମନରୁ ସୁରକ୍ଷା ଉପାୟ, ବଡ଼ଶିମୁଳିଆ ଏସ୍ଏସ୍ଡ଼ି ବାଳିକା ବିଦ୍ୟାଳୟର ଛାତ୍ରୀ ରଇବାରି ସିଂ ବାମହାତରେ ତି୍ରକୋଣମିତି, ଭାଲୁବସା ଆଦର୍ଶ ବିଦ୍ୟାଳୟର ସହନ ବେହେରାଙ୍କ ରାତି୍ରକାଳୀନ ସୌର ବିଦୁ୍ୟତ୍ ଉତ୍ପାଦକ ଯନ୍ତ୍ର ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲାସ୍ତରକୁ ମନୋନୀତ ହୋଇଛନ୍ତି ।