ଚୋରା କୋଇଲା ବୋଝେଇ ପିକଅପ୍ ଜବତ
ଆଳି: ଦୈନିକ ଭଦ୍ରକ ଧାମରା ଅଞ୍ଚଳରୁ ପଚାଶରୁ ଅଧିକ ପିକଅପ୍ ଭ୍ୟାନରେ କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଆଳି ଦେଇ ଚୋରା କୋଇଲା ଗାଡି ଯାଉଛି । ଚୋରା କୋଇଲା ମାଫିଆମାନେ ମାଲାମାଲ ହେଉଛନ୍ତି । ପୁଲିସ କାଁ ଭାଁ ଗାଡି ଧରୁଛି ବୋଲି ସାଧାରଣ ଚର୍ଚ୍ଚା ହେଉଛି । ତେବେ ଆଜି ସନ୍ଧ୍ୟା ୬ଟା ସମୟରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳରୁ ଦ୍ରୁତ ଗତିରେ ଚୋରା କୋଇଲା ବୋଝେଇ ପିକଅପ୍ ଭ୍ୟାନ ଆସୁଥିବା ବେଳେ, ପୁଲିସ ପାଟ୍ରୋଲିଙ୍ଗ କରୁଥିଲା । ଦ୍ରୁତ ଗତିରେ ଗାଡିଟି ଆସୁଥିବାରୁ ଦେଖି ପୁଲିସ ସନେ୍ଦହ କରି ମାନପୁର ସେତୁ ନିକଟରେ ମାଡିବସିଥିଲା । ଗାଡିରେ ଅଷ୍ଟ୍ରେଲିଆ ଚୋରା କୋଇଲା ଥିବା ଡ୍ରାଇଭର ଗାଡି ଛାଡି ଫେରାର ହୋଇଯାଇଥିଲା । ଯଦ୍ୱାରା ପୁଲିସ ଗାଡିକୁ ଜବତକରି ଥାନାକୁ ନେଇଥିଲା । ଏହି ପିକଅପ୍ ଭ୍ୟାନରୁ ଅଷ୍ଟ୍ରେଲିଆ ଚୋରା କୋଇଲା ୮୦ବସ୍ତା ଜବତ ହୋଇଥିବା ଜଣାପଡିଛି । ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା । ତେବେ ଏହି ଅଷ୍ଟ୍ରେଲିଆ ଚୋରା କୋଇଲା ସାଧାରଣ କୋଇଲା ମୂଲ୍ୟ ଠାରୁ ବହୁ ଅଧିକ ମୂଲ୍ୟ ହୋଇଥିବାରୁ ବେଆଇନ ଭାବେ ଏହି ଅଷ୍ଟ୍ରେଲିଆ କୋଇଲା ଚୋରା ଚାଲାଣ ବେଧଡକ ଭାବେ ଚାଲିଛି । ଗାଡି ଜବତ କରି ପୋଲିସ ତଦନ୍ତ ଆରମ୍ଭ କରିଥିବା ନେଇ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।