ଅବ୍ୟବସ୍ଥା ଘେରରେ ଟାଉନ୍ ନୋଡାଲ ବିଦ୍ୟାଳୟ


ାା ପ୍ରଭାନୁ୍ୟଜ ।ା ତାଳଚେର: ତାଳଚେର ପୌରପରିଷଦ ୱାର୍ଡ଼ ନଂ୧ ସାମନ୍ତ ସାହି ଜଗନ୍ନାଥ ମନ୍ଦିର ନିକଟସ୍ଥ ଟାଉନ ନୋଡାଲ ଉପ୍ରା ବିଦ୍ୟାଳୟଟି ଅବ୍ୟବସ୍ଥା ଘେରରେ ରହିଛି । ବିଭାଗୀୟ ଦାୟିତ୍ୱହୀନତା ପାଇଁ ଭଙ୍ଗା ଆଜବେଷ୍ଟ ତଳେ କୁନି କୁନି ଛାତ୍ରଛାତ୍ରୀମାନେ ଅଧ୍ୟନ କରୁଥିବା ଘଟଣା ଲୋକଙ୍କୁ ମର୍ମାହତ କରିବା ସହିତ ଉକ୍ତ ବିଦ୍ୟାଳୟରେ ଅନିମିତତା ଉପାୟ ଅବଲମ୍ବନ କରି ହରିଲୁଟ ହେଉଥିବା ଅଭିଭାବକ ମହଲରୁ ଅଭିଯୋଗ ହେଉଛି । ଘଟଣାରୁ ପ୍ରକାଶ, ତାଳଚେର ସହର ୱାର୍ଡ଼ ନଂ ୧ ଜଗନ୍ନାଥ ମନ୍ଦିର ନିକଟସ୍ଥ ଟାଉନ ନୋଡ଼ାଲ ଉପ୍ରା ବିଦ୍ୟାଳୟ ୧୯୫୩ ମସିହାରେ ସ୍ଥାପିତ ହୋଇଥିଲା । ଏହି ବିଦ୍ୟାଳୟରୁ ବିଗତବର୍ଷ ଗୁଡ଼ିକରେ ବହୁ ଛାତ୍ରଛାତ୍ରୀ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟକରି ପ୍ରଶଂସିତ ହେଉଥିବାବେଳେ ଆଜି ଏହି ବିଦ୍ୟାଳୟର ପାରିପାଶ୍ୱିର୍କ ଅବସ୍ଥା ଦେଖିଲେ ମନେହୁଏ ବିଭାଗୀୟ ଦାୟିତ୍ୱହୀନତା ଯୋଗୁଁ ଏପରି ଦୁର୍ଦ୍ଦଶାରେ ଗତି କରି ଚାଲିଛି ଏହି ବିଦ୍ୟାଳୟ । ଉକ୍ତ ବିଦ୍ୟାଳୟରେ ପ୍ରାୟ ୬୫ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ପ୍ରଥମ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଏଠାରେ ଶିକ୍ଷାଦାନ କରାଯାଉଛି । ଉଲ୍ଲେଖଯେ, ସରକାର ଉକ୍ତ ଟାଉନ ନୋଡ଼ାଲ ଉପ୍ରା ବିଦ୍ୟାଳୟକୁ ମୁ୍ୟନିସପାଲିଟି ହାଇସ୍କୁଲ ସହିତ ମିଶାଇବାକୁ ଯୋଜନା କରିଥିଲେ । ହେଲେ ପୁରାତନ  ଶିକ୍ଷାର୍ଥୀମାନେ ଏହାର ମାନ୍ୟତା ରକ୍ଷା କରିବା ଉଦେ୍ଦଶ୍ୟରେ ସରକାରଙ୍କ ସେହି ବ୍ୟବସ୍ଥାକୁ ଦୃଢ଼ ବିରୋଧ କରିଥିଲେ ଏବଂ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ଦ୍ୱାରା ଉଚ୍ଚନ୍ୟାୟଳୟରୁ ଏହାର ସ୍ଥଗିତା ଦେଶ ଆଣିଥିଲେ । ଯାହାଫଳରେ ଆଜି ସୁଦ୍ଧା ମଧ୍ୟ ପୌରଉଚ୍ଚବିଦ୍ୟାଳୟ ସହିତ ନୋଡାଲ ବିଦ୍ୟାଳୟ ମିଶି ପାରିଲାନାହିଁ । ପ୍ରଶାସନର ଡ଼ାଏସ୍ କୋର୍ଡ଼ଟିକୁ ବନ୍ଦ କରିଦେଇଥିବାରୁ ସରକାରଙ୍କ ସମସ୍ତ ଅନୁଦାନ ନୋଡ଼ାଲ ବିଦ୍ୟାଳୟ ପରିବର୍ତ୍ତେ ପୌର ଉଚ୍ଚବିଦ୍ୟାଳୟକୁ ଚାଲି ଯାଉଥିବା ଶୁଣିବାକୁ ମିଳେ । ଏପରି ସ୍ଥଳେ ପୌରପରିଷଦ ମଧ୍ୟରେ ରହିଥିବା ଉକ୍ତ ବିଦ୍ୟାଳୟଟିକୁ କାହାର ଦୃଷ୍ଟି ପଡୁନଥିବା ଏକ ଦୁର୍ଭାଗ୍ୟଜନକ ବିଷୟ ବୋଲି ଅଭିଭାବକମାନେ ଏହା ପ୍ରକାଶ କରିଛନ୍ତି । ଏ ସମ୍ପର୍କରେ ଉଚ୍ଚକର୍ତ୍ତୃପକ୍ଷଙ୍କ ଦ୍ୱାରା ତଦନ୍ତ କରାଯାଇ ଉକ୍ତ ବିଦ୍ୟାଳୟଟିକୁ ସରକାର ସ୍ୱତନ୍ତ୍ରଭାବେ ସମସ୍ତ ଅନୁଦାନ ଯୋଗାଇଦେବା ସହ ଏହାର ପାରିପାଶ୍ୱର୍ିକ ଉନ୍ନୟନ ଉପରେ ଗୁରୁତ୍ୱ ଦେବାକୁ ଅଭିଭାବକଙ୍କ ପକ୍ଷରୁ ଦୃଢ଼ ଦାବି ହେଉଛି ।