ଜନଶୁଣାଣିରେ ମୋବାଇଲରେ ବ୍ୟସ୍ତ ଅଧିକାରୀ
ପ୍ରଭାନୁ୍ୟଜ୍ ।ା ରାଜନଗର : ରାଜନଗର ବ୍ଲକ୍ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଛି । କେନ୍ଦ୍ରାପଡା ଜିଲ୍ଲାପାଳ ସ୍ମୃତିରଂଜନ ପ୍ରଧାନଙ୍କ ସହ ପଚାଂୟତ ସମିତି ଅଧ୍ୟକ୍ଷା ପ୍ରତିଭା ପାତ୍ର, ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର, ଉପଜିଲ୍ଲାପାଳ ରବିନ୍ଦ୍ର ପ୍ରଧାନ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦେବାଶିଷ ଧଳ, ଡେପୁଟି କଲେକ୍ଟର ପଲ୍ଲବୀ ପ୍ରିୟଦର୍ଶନୀ ମଞ୍ଚାସ୍ଥ ରହି ଲୋଙ୍କ ଅଭିଯୋଗ ଶୁଣିବା ସହ ପଦକ୍ଷେପ ନେବା ପାଇଁ ନିଦେ୍ର୍ଦଶ ଦେଉଥିଲେ । ଏହି ଶିବିରରେ ଯୋଗଦେଇଥିବା ବିଭିନ୍ନ ବିଭାଗ ଅଧିକାରୀ ନିଜ ମୋବାଇଲରେ ଫେସ୍ବୁକ, ୟୁଟୁ୍ୟବ ଓ ହ୍ୱାଟ୍ସଆପ ଚଳାଇବାରେ ବ୍ୟସ୍ତ ଥିବା ଦେଖିବାକୁ ମିଳିଥିଲା । ଯାହାକି ରୋଚକ ସ୍ଥିତି ସୃଷ୍ଟି କରିଥିଲା । ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିରରେ ଯୋଗଦେବା ପାଇଁ ଆସିଥିବା ଏହି ଅଧିକାରୀମାନେ ଅଫିସ ଓ ଅନ୍ୟାନ୍ୟ କାମ ଛାଡି ଲୋକଙ୍କ ସମସ୍ୟା ସମାଧାନ ଦିଗରେ ଧ୍ୟାନ ନ ଦେଇ ମୋବାଇଲରେ ଧ୍ୟାନ କେନ୍ଦ୍ରୀତ କରିଥିବା ଅଭିଯୋଗ ହୋଇଛି ।