ଚୋରି ଘଟଣାରେ ୫ କୋର୍ଟ ଚାଲାଣ
ଦଶରଥପୁର : ମଙ୍ଗଳପୁର ପୁଲିସ୍ ଚୋରି ଘଟଣାରେ ୫ ଜଣଙ୍କୁ ଗିରଫ କର କୋର୍ଟ ଚାଲାଣ କରିଛି । ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ପ୍ରଶାନ୍ତ କୁମାର ମାଝି ସୂଚନା ଦେଇ କହିଥିଲେ କି ଗତ ମାସ ୧୮ ଓ ଚଳିତ ମାସ ୫ ତାରିଖରେ ମଲ୍ଲିକାପୁର ମହାନ୍ତି ପାଟଣା ଗାଁରେ ଦୁଇଟି ଚୋରି ଅଭିଯୋଗ ହୋଇଥିଲା । ୧୫୫/୨୫ କେଶ ନମ୍ବରରେ ଏସ ଆଇ ସଂଯୁକ୍ତା ପଣ୍ଡା ଓ ବିଭୂତି ଭୂଷଣ ମହାପାତ୍ର ଏହି ଚୋରି ମାମଲାର ତଦନ୍ତ ଅଧିକାରୀ ଥିଲେ । ଏସଡିପିଓ ଶ୍ରୀ ମାଝି ୨ ଟି ସ୍ୱତନ୍ତ୍ର ଦଳ ଗଠନ କରି ବିଭିନ୍ନ ଦିଗକୁ ଗୁରୁତ୍ୱ ଦେବା ଓ ଚୋର ବ୍ୟବହାର କରୁଥିବା ମୋବାଇଲ ଟ୍ରାକ କରିଥିଲେ । ବିଭିନ୍ନ ଜାଗାରୁ ଲୁଟେରା ଗ୍ୟାଙ୍ଗର ଗଣ୍ଡକୂଳ ଗ୍ରାମର ଆକାଶ କୁମାର ସେଠୀ, ମଲ୍ଲୀକାପୁର ଗ୍ରାମ ଲିପୁ ଜେନା, ମଲ୍ଲୀକାପୁର ସଜିତ ଯେନା, ଅହିୟାସ ପୁରୁଣାସାହି ଶମ୍ଭୁନାଥ ଦାସ ଓ ଧାମନଗର ଅଂଚଳ ଅସ୍କାର ଅଲ୍ଲୀ ଙ୍କୁ ଗିରଫ କରିଥିଲେ । ସେମାନଙ୍କ ଠାରୁ ଚୋରି ସାମଗ୍ରୀ ଜବତ କରାଯାଇଛି । ଦିନ ବେଳା ଫେରି ଓ ରାତିରେ ଘରେ କେହି ନଥିବା ସୁଯୋଗରେ ସ୍କାଇ ଲାଇଟ୍ ଭାଙ୍ଗି ଲୁଟେରା ଚୋରି କରିଥିଲେ ବୋଲି ଶ୍ରୀ ମାଝି ସୂଚନା ଦେଇଥିଲେ । ପୁର୍ବରୁ ଗତ ମେ ମାସରେ ଏସଡିପିଓଙ୍କ ନେତୃତ୍ୱରେ ଗଠିତ ସ୍ୱତନ୍ତ୍ର ପୁଲିସ ଦଳ ସିରିଜ ଚୋରି, ଡକାୟତି ମାମଲାରେ,୭ ଜଣ ଡକାୟତଙ୍କୁ ଗିରଫ କରିବା ସହ ଚୋରି ସୁନା ଅଳଙ୍କାର, ମୋବାଇଲ ଓ ୨ ଟି ବାଇକ୍ ଜବତ କରିଥିଲା । ସାମ୍ବାଦିକ ସମ୍ମିଳନୀରେ ଏସଆଇ ଅନିତା ପ୍ରଧାନ ଉପସ୍ଥିତ ଥିଲେ ।