ଚୋରି ନେଇ ଥାନାରେ ମାମଲା

ଖଇରା :  ବାଲେଶ୍ୱର ଜିଲ୍ଲା ଖଇରା ଥାନା ଶ୍ୟାମସୁନ୍ଦରପୁର ଗ୍ରାମ ପଞ୍ଚାୟତ ଅଧୀନ ଶ୍ରୀରାମପୁର ଗ୍ରାମର ଅନନ୍ତ ଦାସ ଓ ସାନଭାଇ ପୂର୍ଣ୍ଣଚନ୍ଦ୍ର ଦାସଙ୍କ ଘରୁ ଗତ ୭ତାରିଖ ରାତିରେ ଚୋରି ହୋଇ ଯାଇଥିବା ନେଇ ଖଇରା ଥାନାରେ ଲିଖିତ ଅଭିଯୋଗ ହୋଇଛି । ଖଇରା ପୁଲିସ ଏକ ମାମଲା(୧୭୬/୨୫)ରୁଜୁ କରି  ଜିଲ୍ଲା ସାଇଣ୍ଟିଫିକ୍ ସହଯୋଗରେ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିବା ଜଣାପଡିଛି । ଅଭିଯୋଗ ଅନୁଯାୟୀ, ଉଭୟଙ୍କ ପରିବାର ୫ତାରିଖ ଦିନ ପୁରୀ ବୁଲିବାକୁ ଯାଇ ୮ତାରିଖ ଦିନ ପୁରୀରୁ ଘରକୁ ଫେରିବା ପରେ ନଗଦ ଟଙ୍କା ୩୦ ହଜାର ସହ ଗଡ୍ରେଜରେ ଥିବା ଲକ୍ଷାଧିକ ଟଙ୍କାର ସୁନାଅଳଙ୍କାର ଲୁଟ୍ ହୋଇଥିବାର ଜଣାପଡିଥିଲା । ଏହି ଚୋରିରେ ଜଣେ ନିକଟ ସମ୍ପର୍କୀୟଙ୍କ ସଂପୃକ୍ତି ଥିବା ସନେ୍ଦହରେ ଖଇରା ପୁଲିସ କିଛି ଲୋକଙ୍କୁ ଡାକି ପଚରାଉଚୁରା କରିଛି ।