ପ୍ରତିଭା ସମ୍ମାନ ଓ ସମ୍ବର୍ଦ୍ଧନା ସଭା 

ବୈଶିଙ୍ଗା : ଆମ୍ବଗଡ଼ିଆ ବିକାଶ ପରିଷଦ ପକ୍ଷରୁ  ପ୍ରତିଭା ସମ୍ମାନ ଓ ସମ୍ବର୍ଦ୍ଧନା ସଭା ବିକାଶ ପରିଷଦର ସଭାପତି ଅନ୍ତର୍ଯ୍ୟାମୀ ମହାପାତ୍ରଙ୍କ ସଭାପତିତ୍ୱରେ ମେର୍ଦ୍ଧା ପଞ୍ଚାୟତର ରେଣ୍ଟାସାହି ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ବର୍ଦ୍ଧନା ସଭାରେ ୩୭ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଭ୍ୟା ସୁଶ୍ରୀ ଧାନୀ କିସ୍କୁ ମୁଖ୍ୟଅତିଥି ଭାବରେ ଯୋଗଦାନ କରି ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସମାଜସେବୀ ଚକ୍ରଧର ମହାନ୍ତି ମୁଖ୍ୟବକ୍ତା ଭାବରେ ଯୋଗଦାନ କରିଥିବାବେଳେ ସମ୍ମାନିତ ଅତିଥି ଭାବେ ମନୋରଞ୍ଜନ ସିଂହ ଯୋଗ ଦେଇ ନୈତିକ ଶିକ୍ଷା ବିଷୟରେ ଗୁରୁତ୍ୱ ଦେଇଥିଲେ । ଅନ୍ୟତମ ଅତିଥି ଭାବରେ ବିକାଶ ପରିଷଦର ଉପଦେଷ୍ଟା ଚକ୍ରଧର ଆଚାର୍ଯ୍ୟ ଯୋଗ ଦେଇ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସଙ୍ଗେ ସଙ୍ଗେ ଧନ୍ୟବାଦ୍ ଦେଇ ସଭାସାଙ୍ଗ କରିଥିଲେ ।