ଟପ୍ପରଙ୍କୁ ସମ୍ବର୍ଦ୍ଧନା
ନୀଳଗିରି : ନୀଳଗିରି ଅଞ୍ଚଳର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ପରିଚିତ । ଡିଭାଇନ ଟୁ୍ୟଟୋରିଆଲ ପକ୍ଷରୁ ନୀଳଗିରି ଅଞ୍ଚଳରେ ଚଳିତ +୨ ପରୀକ୍ଷାରେ ସର୍ବୋତ୍ତମ ନମ୍ବର ରଖି ଉତୀର୍ଣ୍ଣ ହୋଇଥିବା ବିଦ୍ୟାର୍ଥୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନ୍ନା କରାଯାଇଛି । ଶିକ୍ଷାନୁଷ୍ଠାନ ପରିସରରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଉଭୟ ନୀଳଗିରି କଲେଜ ଓ ମହିଳା କଲେଜରୁ ଉପଖଣ୍ଡ ୬ ଜଣ ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ସେଥି ମଧ୍ୟରୁ କୁମାରୀ ଭାଗ୍ୟ ଜ୍ୟୋତି ମହାଳିକ ସର୍ବାଧିକ ୫୪୧ନମ୍ବର ରଖିଥିବା ବେଳେ, କୁମାରୀ ବିଦ୍ୟା ମତି ରାଉତ ୫୩୦, ଲଳିତ ସଲ ୫୨୧, ମାହେଶ୍ୱରୀ ମହାପାତ୍ର ୫୧୫, ଗାୟତ୍ରୀ ବେହେରା ୫୧୩, ଲୋପାମୁଦ୍ରା ମହାନ୍ତି ୫୦୩ ନମ୍ବର ରଖି ଉତୀର୍ଣ୍ଣ ହୋଇଛନ୍ତି । ଏହାଛଡା ଶତକଢ଼ା ୮୦ ପ୍ରତିଶତରୁ ଊର୍ଦ୍ଧ୍ୱ ନଂ ରଖିଥିବା ୧୦ ଜଣ ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଡିଭାଇନ ଟୁ୍ୟଟୋରିଆଲ ପ୍ରତିଷ୍ଠାତା ସୁଶାନ୍ତ ମହାପାତ୍ରଙ୍କୁ ଶ୍ରେୟ ଦେଇଥିବା ବେଳେ, ଭବିଷ୍ୟତରେ ଜଣେ ଜଣେ ଉଚ୍ଚ ପଦସ୍ଥ ଅଧିକାରୀ ହେବେ ବୋଲି କହିଥିଲେ ।