ଆଚାର୍ଯ୍ୟ ପ୍ରଶିକ୍ଷଣ ଶିବିର ଉଦ୍ୟାପିତ

ନୀଳଗିରି: ଏକଲ ଅଭିଯାନ ଓଡିଶା ସମ୍ଭାର ପକ୍ଷରୁ  ପୋଡାଶୂଳ ସିଟି ସ୍କୁଲ ବିଲଡିଙ୍ଗରେ ଏକଲ ବିଦ୍ୟାଳୟ ସଂଗଠନ ଦ୍ୱାରା ପାଞ୍ଚଦିନ ଧରି ଚାଲୁଥିବା ବାର୍ଷିକ ଆଚାର୍ଯ୍ୟ ପ୍ରଶିକ୍ଷଣ ଶିବିର  ଉଦ୍ୟାପିତ ହୋଇଯାଇଛି । ଉଦ୍ୟାପାନୀ ଦିବସରେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରବିନ୍ଦୁ ଦାସ ଯୋଗ ଦେବା ସହ ନିଜର ବିଚାର ରଖିଥିଲେ । ବିଭିନ୍ନ ପ୍ରାନ୍ତରରୁ ଆସିଥିବା ଆଚାର୍ଯ୍ୟାମାନଙ୍କୁ ନେଇ ଆଚରଣ, ଉଚ୍ଚାରଣ, ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା । ବିଶେଷ କରି ତୃଣମୂଳସ୍ତରରେ ଗରିବ ଏବଂ ଅବହେଳିତ ପିଲାମାନଙ୍କୁ କିପରି ନିଃଶୁଳ୍କ ଶିକ୍ଷା ପ୍ରଦାନ କରାଯାଇ ପାରିବ ନେଇ ଆଲୋକପାତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଅଞ୍ଚଳ ଅଭିଯାନ ପ୍ରମୁଖ ଦୁର୍ଯେ୍ୟାଧନ ମହନ୍ତ, ନୀଳଗିରି ସଞ୍ଚ ପ୍ରମୁଖ କନକ ଲତା ଘଡେଇ, ମିତ୍ରପୁର ସଞ୍ଚ ପ୍ରମୁଖ ସଂଗୀତା ମହାପାତ୍ର, ଇଶ୍ୱରପୁର ସଞ୍ଚ ପ୍ରମୁଖ ଆରତୀ ପରିଡା ଉପସ୍ଥିତ ଥିଲେ ।