ଛଉନୃତ୍ୟର ପୁନରୁଦ୍ଧାର ପାଇଁ ପ୍ରାଧାନ୍ୟ ଦେବି : ଜଗଦୀଶ ମର୍ଦ୍ଦରାଜ

ନୀଳଗିରି : ସଂଯୁକ୍ତା ଏବଂ ରଘୁନାଥ ପାଣିଗ୍ରାହୀ କଲ୍ଚରାଲ ହେରିଟେଜ୍ ଫାଉଣ୍ଡେସନର ନବନିଯୁକ୍ତ ସଭାପତି ଜଗଦୀଶ ମର୍ଦ୍ଦରାଜ ନୀଳଗିରିରେ ହଜିଯାଇଥିବା ଓଡ଼ିଶୀ ନୃତ୍ୟ ଓ ଗୀତର ପୁନରୁଦ୍ଧାର ପାଇଁ ଅଗ୍ରାଧିକାର ଦେବେ ବୋଲି ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ ରାଜପରିବାର ସଦସ୍ୟ ତଥା ଓଡ଼ିଶାର ମହାନ ନୃତ୍ୟାଙ୍ଗନା ସଂଯୁକ୍ତା ପାଣିଗ୍ରାହୀ ଓ ତାଙ୍କର ସ୍ୱାମୀ ବିଶିଷ୍ଟ ଓଡ଼ିଶୀ ଓ ପାରମ୍ପରିକ ଗାୟକ ପଣ୍ଡିତ ରଘୁନାଥ ପାଣିଗ୍ରାହୀଙ୍କ ସ୍ମୃତିରେ ପ୍ରତିଷ୍ଠିତ ସଂଯୁକ୍ତା ଓ ରଘୁନାଥ ପାଣିଗ୍ରାହୀ କଲ୍ଚରାଲ୍ ହେରିଟେଜ ଫାଉଣ୍ଡେସନର ପୂର୍ବତନ ଉପସଭାପତି ତଥା ଗତ ଅପ୍ରେଲରେ ନବନିଯୁକ୍ତ ସଭାପତି ଜଗଦୀଶ ମର୍ଦ୍ଦରାଜ ହରିଚନ୍ଦନ ଏକ ପ୍ରେସବିଜ୍ଞପ୍ତି ଜାରି କରି ଓଡ଼ିଶାର ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତର ପୁନରୁଦ୍ଧାର ପାଇଁ ପ୍ରାଧାନ୍ୟ ଦେବେ ବୋଲି ସୂଚନା ଦେଇଛନ୍ତି । ମୁଖ୍ୟତଃ ନୀଳଗିରି ରାଜପରିବାର ଦ୍ୱାରା ପ୍ରୋସôାହିତ ଛଉନୃତ୍ୟକୁ କିପରି ନୀଳଗିରି ମାଟିର ଶିଳ୍ପୀମାନେ ଛଉନୃତ୍ୟ ପ୍ରତି ପୁନଃ ଆକୃଷ୍ଟ ହେବେ ସେଥିପ୍ରତି ଦୃଷ୍ଟି ଦେବେ ବୋଲି ସୂଚନା ଦେଇଛନ୍ତି । ଏଥିସହିତ ସମଗ୍ର ଓଡ଼ିଶା ସମେତ ନୀଳଗିରି ମାଟିରେ ପୁରାତନ ଓଡ଼ିଶୀ ନୃତ୍ୟ ଓ ଗୀତର ପୁନରୁଦ୍ଧାର କରି ରାଜ୍ୟ, ଦେଶ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରଚାର ପ୍ରସାର କରି ଏହାର ପୂର୍ବ ଐତିହ ଫେରିବ ସେଥିପ୍ରତି ଗୁରୁତ୍ୱ ଦେବେବୋଲି ସୂଚନା ଦେଇଛନ୍ତି  ।