ସ୍ୱାସ୍ଥ୍ୟ ଉପକେନ୍ଦ୍ର ପ୍ରତିଷ୍ଠା ପ୍ରକଳ୍ପର ଶିଳାନ୍ୟାସ 

 ବାଲେଶ୍ୱର: ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀର ବିଭିନ୍ନ ପଂଚାୟତରେ ପ୍ରାଥମିକ ସ୍ୱାସ୍ଥ୍ୟସେବାକୁ ପହଂଚାଇବା ନେଇ ବିଧାୟକ ମାନସ କୁମାର ଦତ୍ତଙ୍କ ପ୍ରତିଶ୍ରୁତି ସାକାର ହେବା ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ କୁରାଡିଆ ପଂଚାୟତରେ ଏକ ସ୍ୱାସ୍ଥ୍ୟ ଉପକେନ୍ଦ୍ର ପ୍ରତିଷ୍ଠା ପ୍ରକଳ୍ପର ଶୁଭ ଦିଆଯାଇଛି । ରୁପସ୍ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ କାର୍ଯ୍ୟକ୍ଷମ ହେବାକୁ ଥିବା ଏହି ନୂତନ ସ୍ୱାସ୍ଥ୍ୟ ଉପକେନ୍ଦ୍ର ନିର୍ମାଣ କାର୍ଯ୍ୟର ଶିଳାନ୍ୟାସ କରିଛନ୍ତି ବିଧାୟକ ଶ୍ରୀ ଦତ୍ତ । ଗ୍ରାମାଂଚଳରେ ସରକାରୀ ସ୍ୱାସ୍ଥ୍ୟ ସେବାକୁ ଲୋକଙ୍କ ନିକଟରେ ପହଂଚାଇବା ଲକ୍ଷ୍ୟରେ ଏହି ଭଳି ପ୍ରୟାସ ଆରମ୍ଭ ହୋଇଥିବା ସେ ଏହି ଅବସରରେ କହିଛନ୍ତି । ବିଶେଷ କରି ଜିଲ୍ଲା ମୁଖ୍ୟ ଚିକିସôାଳୟ ଅଥବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରୁ ଦୂରରେ ରହିଥିବା ପଂଚାୟତଗୁଡିକରେ ଜନସାଧାରଣ ଏହିଭଳି ଉପକେନ୍ଦ୍ର ମାଧ୍ୟମରେ ତ୍ୱରିତ ସ୍ୱାସ୍ଥ୍ୟ ସେବା ପାଇପାରିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ଉପକେନ୍ଦ୍ରରେ ନିୟମିତ ଡାକ୍ତର ଉପସ୍ଥିତ ରହିବା ସହ ରୋଗୀଙ୍କୁ ପ୍ରାଥମିକ ଚିକିତ୍ସା ଓ ନିଶୁଃଳ୍କ ଔଷଧ ପ୍ରଦାନ କରିବେ । ଏହି ପ୍ରକଳ୍ପର ସଫଳ କାର୍ଯ୍ୟକାରିତାରେ କୁରାଡିହା ସମେତ ଆଖପାଖ ଅଂଚଳର ଜନସାଧାରଣ ଉପକୃତ ହେବେ ବୋଲି ସେ କହିଛନ୍ତି । ତେବେ ପୂର୍ବ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ନିର୍ମାଣ କାର୍ଯ୍ୟ ସାରି ପ୍ରକଳ୍ପକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ ପାଇଁ ପଦକ୍ଷେପ ନେବାକୁ ଉପସ୍ଥିତ ସ୍ୱାସ୍ଥ୍ୟ ବିଭାଗ ପ୍ରତିନିଧି ଓ ଠିକାଦାରଙ୍କୁ ବିଧାୟକ ଶ୍ରୀ ଦତ୍ତ ନିଦେ୍ର୍ଦଶ ଦେଇଛନ୍ତି  । କୁରାଡିହା ଗ୍ରାମ ପଂଚାୟତର ଭାରପ୍ରାପ୍ତ ସରପଂଚ ସୁମିତ୍ରା ବାରିକ ଏଥିରେ ଉପସ୍ଥିତ ରହି ସଦର ବିଧାୟକଙ୍କ ଉଦ୍ୟମକୁ ଉଚ୍ଚପ୍ରଶଂସା ସହ ତାଙ୍କୁ କୃତଜ୍ଞତା ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ରୋଗୀ କଲ୍ୟାଣ ସମିତିର ସଦସ୍ୟ ବିଜୟ କୁମାର ସାହୁ, ବିଧାୟକଙ୍କ ସଦର ବ୍ଲକ ପ୍ରତିନିଧି ହରେନ୍ଦ୍ର ପ୍ରଧାନ, ତପନ ଗିରି, ଗଙ୍ଗାଧର ରାଉତ, ହରେନ୍ଦ୍ର ପ୍ରଧାନ, ଲୋକନାଥ ଭୂୟାଁ, ସଦାଶିବ ଜେନା, ପୁରୁଷୋତ୍ତମ ବାରିକ, ବିଶ୍ୱନାଥ ଧଳ, ରାଜେନ୍ଦ୍ର ବାରିକ, ରତିକାନ୍ତ ଧଳ, ରନôାକର ରାଉତ, ଶଶୀକାନ୍ତ ମିଶ୍ର ପ୍ରମୁଖଙ୍କ ସମେତ ବହୁ ଗ୍ରାମବାସୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।