ସର୍ପାଘାତରେ ଯୁବକ ମୃତ

 ନୀଳଗିରି:  ରାତିରେ ଶୋଇଥିବା ବେଳେ ଗୋଟିଏ ଅଜଣା ସାପ କାମୁଡିବା ଫଳରେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକ ଜଣଙ୍କ ହେଲେ ବରହମପୁର ଥାନା ଅନ୍ତର୍ଗତ ତେଲିପାଳ ପଞ୍ଚାୟତ ଅନ୍ତାଡାହି ଗ୍ରାମର ସୁକୁଲ ହାଁସଦାଙ୍କ ପୁଅ ବିଜୟ(୩୯)  । ରବିବାର ରାତିରେ ଖାଇପିଇ ଶୋଇଥିବା ବେଳେ ହଠାତ୍ କିଛି କାମୁଡିଥିବା ଅନୁଭବ କରି ଉଠିପଡ଼ି ବିଛଣାରେ ଏକ ସାପକୁ ଦେଖିବାକୁ ପାଇଥିଲେ । ସଙ୍ଗେସଙ୍ଗେ ନିଜ ଶଳାକୁ ଡାକ ପକାଇଥିଲେ । ଆମ୍ବୁଲାନ୍ସ ପହଞ୍ଚିବା ବିଳମ୍ବ ହେବାରୁ ଏକ ଟେମ୍ପୋ ଭଡ଼ାକରି ନୀଳଗିରି ଡ଼ାକ୍ତରଖାନା ନେଇଥିଲେ । ଚିକିସôାଧୀନ ଅବସ୍ଥାରେ ତାଙ୍କର ମୃତୁ୍ୟ ହୋଇଥିଲା । ପରେ ଶବବ୍ୟବଚ୍ଛେଦ ପରେ ପରିବାରବର୍ଗକୁ ଶବହସ୍ତାନ୍ତର ହୋଇଥିଲା  । ବିଜୟଙ୍କର ଦୁଇଝିଅ ଥିବାବେଳେ ଗରୀବଶ୍ରେଣୀର ହୋଇଥିବାରୁ ସରକାରୀ ସାହାଯ୍ୟ ଯୋଗାଇଦେବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି ।