ଜଗତସିଂହପୁରରେ ବାଂଲାଦେଶୀ ଯାଞ୍ଚ : ୨୦ରୁ ଉଦ୍ଧ୍ୱର୍ ବ୍ୟକ୍ତିଙ୍କୁ ଉଠାଇ ନେଲା ପୁଲିସ
ଜଗତସିଂହପୁର : ଜଗତସିଂହପୁର ବେହରାମପୁର ବସ୍ତିରେ ବାଂଲାଦେଶୀଙ୍କ ଘରୁ ମାରଣାସ୍ତ୍ର ଜବତ ପରେ ପୁଲିସର ତତ୍ପରତା । ଜଗତସିଂହପୁର ଧନିପୁର ନିକଟ ସାତପୁର ବସ୍ତିରେ ରେଡ଼ । ବାଂଲାଦେଶୀ ରହୁଥିବା ସୂଚନା ପରେ ପ୍ରଶାସନର ରେଡ଼ । ଏହି ରେଡ୍ରେ ସଦର ଥାନା ପୁଲିସ ଉପସ୍ଥିତ ଥିଲେ । ୨୦ରୁ ଉଦ୍ଧ୍ୱର୍ ବ୍ୟକ୍ତିଙ୍କୁ ଉଠାଇ ସେକ୍ଟର ହଲକୁ ନେଲା ପ୍ରଶାସନ। ବେହେରାମପୁର ବସ୍ତିରେ ବାଂଲାଦେଶୀଙ୍କ ଘର ଭଙ୍କା ଉପରେ ତତ୍ପରତା । ବାଂଲାଦେଶୀଙ୍କ ଘରୁ ବିପୁଳ ମାରଣାସ୍ତ୍ର ଜବତ ପରେ କାର୍ଯ୍ୟାନୁଷ୍ଠାନ । ଅନ୍ୟପଟେ କେନ୍ଦ୍ରାପଡ଼ାରେ ମଧ୍ୟ କେନ୍ଦ୍ରାପଡ଼ା ଜିଲ୍ଲାରେ ମଧ୍ୟ ବାଂଲାଦେଶୀଙ୍କୁ ଧରିବା ଲାଗି ଯାଞ୍ଚ କରାଯାଉଛି। ବିଭିନ୍ନ ସ୍ଥାନରେ ବ୍ଲକିଂ କରି ଯାତ୍ରୀବାହୀ ବସ୍ ଓ ଅନ୍ୟ ଯାନବାହାନ ଗୁଡିକୁ ପୁଲିସ ଯାଞ୍ଚ କରୁଛି। ଦୁହୁରିଆ, ଗରାପୁର, ରାଜକନିକା, ପଟ୍ଟାମୁଣ୍ଡାଇ, ରାଜନଗର ଓ ମହାକାଳପଡା ଆଦି ଅଞ୍ଚଳରେ ଯାଞ୍ଚ କରାଯାଉଛି ।
ସୂଚନା ମୂତାବକ, ରବିବାର ରାତିରେ ଜଗତସିଂହପୁର ଥାନା ଅଧୀନ ତରିକୁନ୍ଦ ଫାଣ୍ଡି ପଛପଟେ ଥିବା ବେହରାମପୁର ବସ୍ତିରେ ବାଂଲାଦେଶୀ ରହୁଥିବା ଖବର ପାଇ ଚଢଉ କରିଥିଲା । ଚଢଉ ସମୟରେ ବସ୍ତି ଲୋକ ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା, ଯେଉଁଥିରେ ୩ ଜଣ ପୁଲିସ କର୍ମଚାରୀ ଆହତ ହୋଇଥିଲେ । ପରେ ୩ ପ୍ଲାଟୁନ ଫୋର୍ସ ମଗାଇ ପୁଲିସ ଚଢଉ କରି ୨ ଜଣଙ୍କୁ ଧରିଥିବା ବେଳେ ପ୍ରାୟ ୧୦/୧୨ ଜଣ ଖସି ପଳାଇଛନ୍ତି । ବାଂଲାଦେଶୀ ସନ୍ଦେହରେ ସେମାନଙ୍କୁ ଜଗତସିଂହପୁର ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି । ତେବେ ସେମାନେ ରହୁଥିବା ଘରୁ ଦୁଇଟି ବନ୍ଧୁକ ସହ ୧୦ରୁ ୧୨ଟି ଖଣ୍ଡା, କଟୁରି ଓ ଶାବଳ ଆଦି ଜବତ ହୋଇଛି ।