ରୁନିଲତା ବେହେରା ଯାଦବ ମହାସଭାର ସାଧାରଣ ସମ୍ପାଦିକା
ଏରସମାା: ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ୍ ୩ନଂ ଜୋନର ନେତ୍ରୀ ତଥା ଜିଲା ପରିଷଦ ସଭ୍ୟା ରୁନିଲତା ବେହେରା ଅଖିଳ ଭାରତ ବର୍ଷୀୟ ଯାଦବ ମହାସଭାର ସାଧାରଣ ସମ୍ପାଦିକା ରୂପେ ରାଜସ୍ଥାନର ଜୟପୁରର କାର୍ଯ୍ୟକାରିଣୀ ବୈଠକରେ ମନୋନୀତ ହୋଇଛନ୍ତି । ସମଗ୍ର ବାଲିକୁଦା, ଏରସମା ଓ ଜଗତସିଂହପୁର ଜିଲ୍ଲାର ଯାଦବ ସମ୍ପ୍ରଦାୟର ଜନସାଧାରଣଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି । ଶ୍ରୀମତୀ ବେହେରା ଜଣେ ସୁସଂଗଠିକା, ଲୋକପ୍ରିୟ ନାରୀନେତ୍ରୀ ହିସାବରେ ଯାଦବ ଭାଇମାନଙ୍କର ସାମଗ୍ରିକ ଓ ଅର୍ଥନୈତିକ ଉନ୍ନତି ଦିଗରେ ତାଙ୍କର କାର୍ଯ୍ୟ ବେଶ୍ ଉଲ୍ଲେଖଯୋଗ୍ୟ । ତାଙ୍କର ସର୍ବଭାରତୀୟ ନିଯୁକ୍ତି ପାଇଁ ସେ ଅଖିଳ ଭାରତ ବର୍ଷୀୟ ଯାଦବ ମହାସଭାର ରାଷ୍ଟ୍ରୀୟ ଯୁବ ସଭାପତି ଇଂ. ପ୍ରଦୀପ ବେହେରା ଓ ଅନ୍ୟ କର୍ମକର୍ତ୍ତା ନେତୃମଣ୍ଡଳୀଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି ।