ଜଙ୍ଗଲ ଜମି ପଟ୍ଟା ବାଣ୍ଟିଲେ ମନ୍ତ୍ରୀ
ଦାନଗଦୀ: ଦାନଗଦୀ ତହସିଲ ଅନ୍ତର୍ଗତ ୬ଗୋଟି ରାଜସ୍ୱ ନିରୀକ୍ଷିକଙ୍କ ସର୍କଲରେ ଥିବା ୭ଗୋଟି ପଞ୍ଚାୟତର ୩୭୩ ଜଣଙ୍କୁ ଦୀର୍ଘ ବର୍ଷ ହେବ ଜଙ୍ଗଲଜମିରେ ବାସ କରୁଥିବା ଅଧିବାସୀଙ୍କୁ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ପଟ୍ଟା ବଣ୍ଟନ କରିଛନ୍ତି । ଦାନଗଦୀ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ମଙ୍ଗଳପୁର ପଞ୍ଚାୟତରୁ ୪୨ଜଣ, ରଣାଗୁଣ୍ଡି ପଞ୍ଚାୟତରୁ ୩୬ଜଣ, ଶାଳୀଜଙ୍ଗାରୁ ୧୯୭ ଜଣ, ଚିତ୍ରୀ ପଞ୍ଚାୟତରୁ ୫୭ ଜଣ,ଧୂଳିଗଡ଼ ପଞ୍ଚାୟତରୁ ୧୬ଜଣ, ନଛିପୁରା ୨୪ଜଣ, ଚାନ୍ଦିଆ ପଞ୍ଚାୟତରୁ ଜଣଙ୍କୁ ଜଙ୍ଗଲଜମି ପଟ୍ଟା ବଣ୍ଟନ କରିଥିଲେ । କାର୍ଯ୍ୟକ୍ରମରେ ଦାନଗଦୀ ତହସିଲଦାର ରଞ୍ଜିତ କୁମାର ମଲ୍ଲିକ, ବିଡିଓ ପ୍ରଦୀପ କୁମାର ସେଠୀ ଏବଂ ବିଜେପି କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।