ଧାନ ମଣ୍ଡିରେ ମେସିନ ସିଷ୍ଟମକୁ ବିରୋଧ 

 ରାଇଘର: ଧାନ ମଣ୍ଡିରେ ମେସିନ ସିଷ୍ଟମକୁ ବିରୋଧ କରି ରାଜରାସ୍ତା ଅବରୋଧ କଲେ  ଚାଷୀ । ସୂଚନା ଅନୁଯାୟୀ ବିଗତ ୧୦ ତାରିଖରୁ ନବରଙ୍ଗପୁର ଜିଲ୍ଲାରେ ଧାନ ମଣ୍ଡି ଖୋଲାଯାଇଥିଲେ ମଧ୍ୟ ବର୍ତମାନ ପର୍ଯ୍ୟନ୍ତ କୌଣସି ମଣ୍ଡିରୁ ପ୍ରଶାସନ ଧାନ କିଣିନାହିଁ । ସେହିଭଳି ରାଇଘର ବ୍ଲକ ଯୋଡିଙ୍ଗା ଠାରେ ଧାନ ମଣ୍ଡି ଆଜି ଆରମ୍ଭ ହୋଇଥିଲା  । ପ୍ରଥମ ଦିନରେ ଧାନ କିଣା ଆରମ୍ଭରୁ ମାନ ପରୀକ୍ଷା କରାଯାଇଥିଲା କୌଣସି ଧାନ ଏଫଏକୁ୍ୟ ମାନର ବାହାରିନଥିଲା ତେଣୁ ଚାଷୀଙ୍କ ଠାରୁ କୌଣସି ଧାନ କିଣା ଯାଇପାରିଲା ନାହିଁ । ଫଳରେ ଚାଷୀ ମାନେ ଉତ୍ତକ୍ତ ହୋଇ ମେସିନ ସିଷ୍ଟମକୁ ବିରୋଧ କରିଥିଲେ ଏବଂ ରାଜରାସ୍ତାରେ ଧାନ ବସ୍ତା ରଖି ପ୍ରତିବାଦ କରିଥିଲେ । ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଘଣ୍ଟା ଘଣ୍ଟା ଧରି ଗାଡି ମଟର ଅଟକି ରହିଥିଲା । ଚାଷୀଙ୍କ କହିବା କଥା ଆମ ଅଞ୍ଚଳରେ ଏଫଏକୁ୍ୟ ଧାନ ମିଳିବ ନାହିଁ,ତେଣୁ କଟନି ଛଟନିକୁ ବନ୍ଦ କରି ପୂର୍ବରୁ ଯେମିତି ଧାନ କିଣା ଯାଉଥିଲା ସେମିତି ଧାନ କିଣାଯାଉ ବୋଲି ଚାଷୀ ଦାବି କରିଛନ୍ତି । ଫଳରେ  ରାସ୍ତାର ଦୁଇ ପାର୍ଶ୍ୱରେ ଗାଡି ଅଟକ ରହିଥିଲା । ଘଟଣାସ୍ଥଳରେ ରାଇଘର ଥାନା ଅଧିକାରୀ ରଘୁନାଥ ମାଝୀ ଏବଂ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ମିସାଗର ମାଝୀ ପହଁଞ୍ଚô ଚାଷୀଙ୍କୁ ବୁଝାସୁଝା କରିଥିଲେ ଏବଂ ଦୁଇଦିନ ଭିତରେ ମଣ୍ଡିରୁ ଧାନ ଉଠିବାର  ପ୍ରତିଶୃତି ଦେଇଥିଲେ ପରେ ରାସ୍ତାରୁ ଚାଷୀ ଧାରଣାରୁ ଉଠିଥିଲେ ।