ଜମି ପାଇଁ ମୁହାଁମୁହିଁ : ୪ ଆହତ
ହିଞ୍ଜିଳିକାଟୁ : ୬ ଇଞ୍ଚ ଜାଗା ପାଇଁ ଦୁଇ ପଡ଼ୋଶୀ ମୁହାଁମୁହିଁ ହୋଇଛନ୍ତି । ପ୍ରଥମେ ବଚସା, ପରେ ହାତାହାରି ପର୍ଯ୍ୟନ୍ତ ବି କଥା ଯାଇଛି । ଉଭୟ ପକ୍ଷର ୪ ଜଣ ଆହତ ହୋଇଥିବାବେଳେ ଥାନାରେ ବି ପରସ୍ପର ବିରୋଧରେ ଏତଲା ଦିଆଯାଇଛି । ଆହତମାନେ ହେଲେ ବଂଶୀଧର ରାଉତ ଓ ତାଙ୍କ ୨ ପୁଅ କୃଷ୍ଣ ରାଉତ ଓ ତୋଫାନ ରାଉତ ଏବଂ ଅନ୍ୟ ଗୋଷ୍ଠୀର ଜଣେ ମହିଳା ଝୁନୁ ରାଉତ ।
ସୁଚନାନୁଯାୟୀ ହିଞ୍ଜିଳି ଥାନା କୋଳିଦାସପୁର ଗ୍ରାମର ମଝି ସାହିରେ ବଂଶୀଧର ରାଉତ ଓ ରଞ୍ଜନ ରାଉତଙ୍କ ଜମି ରହିଛି । ସଂପୃକ୍ତ ଜମିରେ ଘର ନିର୍ମାଣ କରିବାକୁ କେନ୍ଦ୍ରକରି ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ଘଟଣାକୁ କେନ୍ଦ୍ର କରି ବଂଶୀଧର ପୁରୁଷୋତ୍ତମପୁର ତହସିଲ କାର୍ଯ୍ୟାଳୟରେ ସୀମା ନିର୍ଦ୍ଧାରଣ ସକାଶେ ପଞ୍ଜିକୃତ କରିଥିଲେ । ଗୁରୁବାର ବଂଶୀଧର ସଂପୃକ୍ତ ଜମିରେ ଘର ନିର୍ମାଣ କାର୍ଯ୍ୟ କରୁଥିବା ବେଳେ ପଡୋଶୀ ରଞ୍ଜନ ରାଉତ ଘଟଣା ସ୍ଥଳକୁ ଆସି ଘର ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ ଧମକ ଦେଇଥିଲେ । ପରେ ୨ ପରିବାର ପକ୍ଷରୁ ବଚସା ଓ ହାତାହାତି ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ରଞ୍ଜନ ଧରିଥିବା ଏକ ଲୁହା କାତିରେ ବଂଶୀଧର ଓ ତାଙ୍କ ୨ ପୁଅ କୃଷ୍ଣ ଓ ତୋଫାନଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣରେ ବାପା ଓ ୨ ପୁଅ ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିସôା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିସôାଳୟରେ ଭର୍ତ୍ତି କରିଥିଲେ ।
ଚିକିସôିତ ପରେ ଗୁରୁବାର ଘଟଣା ନେଇ ବଂଶୀଧର ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ୍ ନଂ-୨/୨୫ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି । ଅନ୍ୟପକ୍ଷରେ ଘର ନିର୍ମାଣକୁ କେନ୍ଦ୍ର କରି ଉଭୟ ପରିବାରଙ୍କ ମଧ୍ୟରେ ପୂର୍ବରୁ ଶତ୍ରୁତା ଲାଗି ରହିଥିଲା । ଗୁରୁବାର ବଂଶୀଧର ଘର ନିର୍ମାଣ କାର୍ଯ୍ୟ କରୁଥିବାବେଳେ ରଞ୍ଜନ ଓ ତାଙ୍କ ସ୍ତ୍ରୀ ଝୁନୁ ଘଟଣା ସ୍ଥଳରେ ପହଞ୍ଚି ନିର୍ଦ୍ଧିଷ୍ଟ ପରିମିତ ଜମିରେ ଘରର ବାଡ ନିର୍ମାଣ କରିବାକୁ କହିବାରୁ ବଂଶୀଧର ଓ ତାଙ୍କ ୨ ପୁଅ ଉତ୍ତ୍ୟକ୍ତ ହୋଇ ଲୁହାରଡ ଓ ଠେଙ୍ଗାରେ ଝୁନୁଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣରେ ମହିଳା ଜଣଙ୍କ ଆହତ ହୋଇଥିଲେ । ସ୍ୱାମୀ ରଞ୍ଜନ ମହିଳାଙ୍କୁ ଉଦ୍ଧାର କରି ଚିକିସôା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିସôାଳୟରେ ଭର୍ତ୍ତି କରିଥିଲେ । ଘଟଣା ନେଇ ରଞ୍ଜନ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ- ୩/୨୫ ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି ।