ଜମି ମାପ ନକରି ଫେରିଲେ ଦେବୋତ୍ତର ବିଭାଗ 

 ନୀଳଗିରି : ନୀଳଗିରି ତହସିଲଦାରଙ୍କ ନିଦେ୍ର୍ଦଶରେ ଆରଆଇ, ଅମିନ ଓ ପୁଲିସ କର୍ମଚାରି ମାନେ ରାହାସ ବିହାରୀ ଠାକୁରଙ୍କ ନାମରେ ଥିବା ଏକ ଜମିକୁ ମାପ ପାଇଁ ଯାଇଥିବା ବେଳେ କିଛି ନ୍ୟସ୍ତ ସ୍ୱାର୍ଥବାଦୀ ବ୍ୟକ୍ତିମାନେ କର୍ମଚାରୀଙ୍କୁ ଅଶ୍ଲୀଳ ଭାଷାରେ ଗାଳି ଗୁଲଜ କରିବା ସହ ମାପ କରାଇବାକୁ ଦେଇନଥିଲେ ଫଳରେ ଖାଲିହାତରେ ଫେରିଛନ୍ତି ଆରଆଇ ଓ ଅମିନ  ପୁଲିସ କର୍ମଚାରୀ । ସୂଚନାଯୋଗ୍ୟ ନୀଳଗିରି ଏନଏସିି ଅଧିନସ୍ଥ ୧୦ନଂ ୱାର୍ଡ ତଳ କହାଲିଆ ମୌଜାର ଶ୍ରୀ ରାହାସ ବିହାରୀ ଠାକୁରଙ୍କ ନାମରେ ୧.୭୫ଡିମି ପରିମିତ ଏକ ପୋଖୋରୀ ଯାହାର ଆଡି ୫୪୮ଏରିଆର ୦.୭୫ଡିମି ରହିଛି । ଏହି ପୋଖରୀଟୀ ଦେବୋତ୍ତର ବିଭାଗ ଅଧୀନସ୍ଥ  ସମ୍ପତ୍ତି ଅଟେ । ଶ୍ରୀ ରାହାସ ବିହାରୀ ଠାକୁରଙ୍କ ନାମରେ ଥିବା ଏକ ଏକର ଜମିକୁ କିଛି  ନ୍ୟସ୍ତ ସ୍ୱାର୍ଥବାଦୀ ବ୍ୟକ୍ତି ନିଜକୁ  ମାର୍ଫତଦାର ଦର୍ଶାଇ ବିକ୍ରୀ କରି ଦେଇଥିବାର ଦେବୋତ୍ତର ବିଭାଗ ସୂଚନା ପାଇବା ପରେ ଅବଶିଷ୍ଟ ସମ୍ପତ୍ତିର ସ୍ଥିତାବସ୍ଥା ଜାଣି ବାକୁ ନୀଳଗିରି ତହସିଲଦାରଙ୍କୁ ଚିଠି କରିଥିଲେ । ଚିଠି ଅନୂଯାୟୀ ନୀଳଗିରି ତହସିଲଦାରଙ୍କ ନିଦେ୍ର୍ଦଶରେ ପ୍ରଥମେ ପୋଖରୀ ଏବଂ ଆଡିକୁ ମାପିବା ପାଇଁ ନୀଳଗିରି ସଦର ଆରଆଇ, ଅମିନ ଓ ପୁଲିସ ସେଠାରେ ପହଁଚି ମାପ ଆରମ୍ଭ କରିବା ସମୟରେ ଚକ୍ରଧରପୁର ସାହିର କିଛି  ନ୍ୟସ୍ତ ସ୍ୱାର୍ଥବାଦୀ ବ୍ୟକ୍ତି କର୍ମଚାରୀ ମାନଙ୍କୁ ଅଶ୍ଳୀଳ ଭାଷାରେ ଗାଲି ଗୁଲଜ କରିବା ସହ ମାପକରିବାକୁ ଦେଇନଥିଲେ । ଏହାକୁ ନେଇ  ସେଠାରେ ଉପସ୍ଥିତ ସ୍ଥାନୀୟ ମହିଳା ମାନେ ବିରୋଧ କରିବାରୁ ଅଭିଯୁକ୍ତ ମାନେ ମହିଳା ମାନଙ୍କୁ ମାଡ଼ ମାରିବାକୁ ଉଦ୍ୟମ କରିବା ସହ ଦୁର୍ବ୍ୟବହାର କରିଥିଲେ । ଏପରିକି ମିଥ୍ୟା ମୋକଦ୍ଦମାରେ ଛନ୍ଦି ଦେବୁ ବୋଲି  ଚକ୍ରଧର ସାହିର ଉଦୟ ନାରାୟଣ ଷଡ଼ଙ୍ଗୀ, ଦିଲ୍ଲୀପ ଷଡ଼ଙ୍ଗୀ, ପ୍ରଫୁଲ ଦାସ, କୃପାସିନ୍ଧୁ ରଥ, ପ୍ରଭାକର ପଣ୍ଡା, ବିଜୟ ଦାସ, ନଳିନୀ ଷଡ଼ଙ୍ଗୀ ଏବଂ ହରପ୍ରିୟା ଦାସ ପ୍ରମୂଖ ଧମକ ଦେଇଥିଲେ । ଅଭିଯୁକ୍ତ ମାନେ ଅଷଭ୍ୟ ଭାଷାରେ ଗାଳି ଗୁଲଜ କରିବାସହ ପୋଖରୀ ଚତୁର୍ପାର୍ଶ୍ୱରେ ବସବାସ କରୁଥିବା ଲୋକମାନେ  ଭୟରେ କବାଟ ବନ୍ଦ କରିଥିଲେ ।