ସ୍ୱଚ୍ଛ ଭାରତ ସଚେତନତା ଶିବିର

 ନୀଳଗିରି: ନୀଳଗିରି ଉପଖଣ୍ଡ ବାଉଁଶବଣିଆ ପଞ୍ଚାୟତ କାର୍ଯ୍ୟାଳୟରେ ବିଭିନ୍ନ ଗ୍ରାମର ମହିଳା ଓ ପୁରୁଷଙ୍କୁ ନେଇ ସ୍ୱଚ୍ଛ ଭାରତ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ପଞ୍ଚାୟତ ସରପଞ୍ଚ ନିରଞ୍ଜନ ବାରିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଔପଦା ବ୍ଲକ ପଞ୍ଚାୟତ ସମିତି ପାନୀୟ ଜଳ ସହକାରୀ ଯନ୍ତ୍ରୀ ଭାଗିରଥି ଦାସ, ସରକାରୀ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଭାଗବତ ଘଡ଼େଇ, ସାନପାଟପୁର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀକାନ୍ତ ମଲ୍ଲିକ, ନୋଡାଲ ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକ ବସନ୍ତ ପ୍ରଧାନ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ହାଡିବନ୍ଧୁ ମଲ୍ଲିକ, ଅବସରପ୍ରାପ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ମନ୍ମଥ ମହାପାତ୍ର, ବାଉଁଶ ବଣିଆ ପଞ୍ଚାୟତର ପୂର୍ବତନ ସମ୍ପାଦକ ମୁକ୍ତିକାନ୍ତ ପାତ୍ର, ନାଏବ ସରପଞ୍ଚ ସୁପ୍ରଭା ପ୍ରଧାନ, କାର୍ଯ୍ୟନିର୍ବାହୀ ଅଧିକାରୀ ଚନ୍ଦନପତି, ୱାର୍ଡସଭ୍ୟ କାର୍ତ୍ତିକଚନ୍ଦ୍ର ନାୟକ, ନାରାୟଣ ଟୁଡୁ, ସାଧୁ ସେଠୀ, ସବିତା ସାହୁ, ଶାନ୍ତି ନାୟକ, ପାର୍ବତୀ ପଣ୍ଡିତ, ମାମା ସ, ରୁନି ପରମାଣିକ, ମହେନ୍ଦ୍ର ପଣ୍ଡିତ, ଅନୁସୟା ଦେହୁରୀ, ସସ୍ମିତା ନାୟକ, ଏମ୍ବିକେ କବିତା ନାୟକ ଓ ସମସ୍ତ ସ୍ୱୟଂ ସାହାୟିକା ଗୋଷ୍ଠୀର ସଭ୍ୟାମାନଙ୍କ ସହିତ ଇସି ମେମ୍ବର, ସିଆରପିମାନେ ଉପସ୍ଥିତ ରହି ସ୍ୱଚ୍ଛ ଭାରତ କିଭଳି ଭାବେ କାର୍ଯ୍ୟକାରୀ ହୋଇପାରିବ ନିଜ ନିଜର ମତବ୍ୟକ୍ତ କରିଥିଲେ ।