ଜମ୍ମୁକାଶ୍ମୀର ରାଜ୍ୟସଭା ନିର୍ବାଚନ : ଏନସି-୩, ବିଜେପି-୧
ନୂଆଦିଲ୍ଲୀ : ୨୦୧୯ରେ ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମ ଥର ପାଇଁ ଜମ୍ମୁକାଶ୍ମୀରରେ ରାଜ୍ୟସଭା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ୪ ରାଜ୍ୟସଭା ଆସନରୁ ନାସନାଲ କନଫେରେନ୍ସ ୩ଟିରେ ଜିତିଥିବାବେଳେ ବିଜେପିକୁ ଗୋଟିଏ ରାଜ୍ୟସଭା ଆସନ ମିଳିଛି । ଏନସିର ଚୌଧୁରୀ ମହମ୍ମଦ ରମଜାନ, ସାଜଦ କିଚଲୁ ଓ ଜିଏସ ଓବେରାଇ ବାଜିମାତ୍ କରିଥିବାବେଳେ ବିଜେପିର ଶତ ଶର୍ମା ବିଜୟ ହାସଲ କରିଛନ୍ତି ।