ମୋଦିଙ୍କ ମନ କି ବାତ ସମ୍ବିଧାନ ସମୟର ପ୍ରତି ପରୀକ୍ଷାରେ ପାସ ହୋଇଛି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ କି ବାତର ୧୧୭ତମ ସଂସ୍କରଣରେ ସମ୍ବିଧାନ ସମ୍ବନ୍ଧରେ ଅନେକ କଥା କହିଛନ୍ତି । ଏହି ସମୟରେ ସେ ମହାକୁମ୍ବ ଏବଂ ପ୍ରୟାଗରାଜ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି । ମୋଦି କହିଛନ୍ତି ଯେ, ଆମ ସମ୍ବିଧାନ ନିର୍ମାତାମାନେ ଆମକୁ ଦେଇଥିବା ସମ୍ବିଧାନକୁ ସମୟ ପରୀକ୍ଷଣ କରିଛି । ସେ କହିଛନ୍ତି, ୨୬ ଜାନୁଆରି ୨୦୨୫ରେ ଆମର ସମ୍ବିଧାନ କାର୍ଯ୍ୟକାରୀ ହେବାର ୭୫ ବର୍ଷ ପୂରଣ ହେବାକୁ ଯାଉଛି । ଏହା ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ । ଦେଶର ନାଗରିକମାନଙ୍କୁ ସମ୍ବିଧାନର ଐତିହ୍ୟ ସହିତ ଯୋଡିବା ପାଇଁ ଏକ ସ୍ୱତନ୍ତ୍ର ୱେବସାଇଟ୍ ମଧ୍ୟ ସୃଷ୍ଟି କରାଯାଇଛି । ଏଥିରେ ସମ୍ବିଧାନର ପ୍ରିମ୍ବଲ୍ ପଢିବା ପରେ ଆପଣ ଆପଣଙ୍କର ଭିଡିଓ ମଧ୍ୟ ଅପଲୋଡ୍ କରିପାରିବେ । ଭିନ୍ନ ଭିନ୍ନ ଭାଷାରେ ସମ୍ବିଧାନ ପଢିପାରିବେ, ସମ୍ବିଧାନ ବିଷୟରେ ମଧ୍ୟ ପ୍ରଶ୍ନ ପଚାରି ପାରିବେ । ପ୍ରଧାନମନ୍ତ୍ରୀ ବିଦ୍ୟାଳୟରେ ପଢୁଥିବା ପିଲାମାନେ ଏବଂ କଲେଜ ଯାଉଥିବା ଯୁବବର୍ଗମାନେ ଏହି ୱେବସାଇଟର ଏକ ଅଂଶ ହେବାକୁ ଅନୁରୋଧ କରିଛନ୍ତି ।
ମହାକୁମ୍ଭ ପ୍ରସ୍ତୁତି ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି, ମହାକୁମ୍ଭର ବିଶେଷତା କେବଳ ଏହାର ବିସ୍ତୃତତା ନୁହେଁ ବରଂ ଏହାର ବିବିଧତା ମଧ୍ୟ ରହିଛି । ଏହି କାର୍ଯ୍ୟକ୍ରମରେ କୋଟି କୋଟି ଲୋକ ଏକାଠି ହୁଅନ୍ତି । ଲକ୍ଷ ଲକ୍ଷ ସାଧୁ, ହଜାର ହଜାର ପରମ୍ପରା, ଶହ ଶହ ଧର୍ମ, ଅନେକ ଅଖଡା, ସମସ୍ତେ ଏକାଠି ହୁଅନ୍ତି । ଏଠାରେ ଭେଦଭାବ ଦେଖାଯାଏ ନାହିଁ, କେହି ଛୋଟ ନୁହଁନ୍ତି, ବିବିଧତାରେ ଏକତାର ଦୃଶ୍ୟ ଦୁନିଆର ଅନ୍ୟ କେଉଁଠାରେ ଦେଖାଯାଏ ନାହିଁ ।
ଏହାସହ ସେ କହିଛନ୍ତି, ମ୍ୟାଲେରିଆ ସ୍ୱାସ୍ଥ୍ୟ ଚ୍ୟାଲେଞ୍ଜ ମଧ୍ୟରୁ ଅନ୍ୟତମ । ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ ମ୍ୟାଲେରିଆ ରୋଗ ହ୍ରାସ ପାଇଛି । ଭାରତରେ ମ୍ୟାଲେରିଆ ବହୁତ କମିଛି । ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ବସ୍ତର ଅଲିମ୍ପିକ୍ସ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି । ବସ୍ତରରେ ଏକ ଅନନ୍ୟ ଅଲିମ୍ପିକ୍ସ ଆରମ୍ଭ ହୋଇଛି । ପ୍ରଥମ ଥର ପାଇଁ ବସ୍ତର ଅଲିମ୍ପିକ୍ସ ସହିତ ସେଠାରେ ଏକ ନୂତନ ବିପ୍ଳବ ସୃଷ୍ଟି ହେଉଛି । ପ୍ରଥମ ଥର ପାଇଁ ବସ୍ତର ଅଲିମ୍ପିକ୍ସରେ ୭ଟି ଜିଲ୍ଲାରୁ ୬୫ ଲକ୍ଷ ଖେଳାଳି ଅଂଶଗ୍ରହଣ କରିଛନ୍ତି । ଏହା ଏହା କେବଳ ଏକ ପରିସଂଖ୍ୟାନ ନୁହେଁ, ଏହା ଆମର ଯୁବବର୍ଗଙ୍କ ନିଷ୍ଠାର ଗର୍ବର କାହାଣୀ ।
ଆପଣ ବୋଧହୁଏ କେବିଟି ଅର୍ଥାତ କୃଷ୍ଣ, ତୃଷ ଏବଂ ବାଲ୍ଟିବୋୟ ଭଳି ପିଲାମାନଙ୍କର ପ୍ରିୟ ଆନିମେସନ୍ ସିରିଜ୍ ଜାଣିଛନ୍ତି । ଭାରତରେ ବର୍ତ୍ତମାନ ଏହାର ଦ୍ୱିତୀୟ ସିଜିନ୍ ମଧ୍ୟ ଆସିଛି । ଏହି ତିନୋଟି ଆନିମେସନ୍ ଚରିତ୍ର ଆମକୁ ସେହି ସ୍ୱାଧୀନତା ସଂଗ୍ରାମର ସେହି ନାୟକ ଏବଂ ନାୟିକାଙ୍କ ବିଷୟରେ କୁହନ୍ତି, ଯେଉଁମାନଙ୍କୁ ନେଇ ଅଧିକ ଆଲୋଚନା ହୋଇ ନ ଥାଏ । ନିକଟରେ ଏହାର ସିଜିନ୍-୨ ଗୋଆର ଅନ୍ତର୍ଜାତୀୟ ଚଳଚ୍ଚÿିତ୍ର ମହୋସôବରେ ଏକ ବିଶେଷ ଶୈଳୀରେ ଲଞ୍ଚ କରାଯାଇଥିଲା । ୨୦୨୪ ମସିହାରେ ଆମେ ଫିଲ୍ମ ଇଣ୍ଡଷ୍ଟ୍ରିର ବହୁ ମହାନ ବ୍ୟକ୍ତିତ୍ୱଙ୍କର ୧୦୦ ତମ ଜନ୍ମ ବାର୍ଷିକୀ ପାଳନ କରୁଛୁ । ରାଜ କପୁର ଚଳଚ୍ଚÿିତ୍ର ମାଧ୍ୟମରେ ଭାରତର କୋମଳ ଶକ୍ତି ସହିତ ବିଶ୍ୱକୁ ପରିଚିତ କରାଇଥିଲେ । ରଫି ସାହେବଙ୍କ ସ୍ୱରରେ ଯାଦୁ ଥିଲା, ଯାହା ପ୍ରତ୍ୟେକ ହୃଦୟକୁ ସ୍ପର୍ଶ କରିଥିଲା । ଭକ୍ତି ଗୀତ ହେଉ କିମ୍ବା ରୋମାଣ୍ଟିକ ଗୀତ ହେଉ କିମ୍ବା ବିରହ ଗୀତ, ସେ ପ୍ରତ୍ୟେକ ଭାବନାକୁ ନିଜ ସ୍ୱର ସହିତ ଜୀବନ୍ତ କରିଦେଉଥିଲେ । ଆଜି ମଧ୍ୟ ଯୁବ ପିଢି ତାଙ୍କ ଗୀତ ଶୁଣନ୍ତି । ଏହା ହେଉଛି କାଳଜୟୀ କଳାର ପରିଚୟ ।
ସେ କହିଛନ୍ତି ଯେ, ଆକ୍କିନେନି ନାଗେଶ୍ୱର ରାଓ ଗାରୁ ତେଲୁଗୁ ସିନେମାକୁ ନୂଆ ଉଚ୍ଚÿତାକୁ ନେଇଛନ୍ତି । ତାଙ୍କ ଚଳଚ୍ଚÿିତ୍ରଗୁଡ଼ିକ ଭାରତୀୟ ପରମ୍ପରା ଏବଂ ମୂଲ୍ୟବୋଧକୁ ବହୁତ ଭଲ ଭାବରେ ଉପସ୍ଥାପନ କରିଥିଲେ । ତପନ ସିହ୍ନାଙ୍କ ଚଳଚ୍ଚିତ୍ର ସମାଜକୁ ଏକ ନୂତନ ଦର୍ଶନ ଦେଇଥିଲା । ତାଙ୍କ ଚଳଚ୍ଚÿିତ୍ରରେ ସାମାଜିକ ଚେତନା ଏବଂ ଜାତୀୟ ଏକତାର ବାର୍ତ୍ତା ରହିଥିଲା । ଆସନ୍ତା ବର୍ଷ ପ୍ରଥମ ଥର ପାଇଁ ଆମ ଦେଶରେ ବିଶ୍ୱ ଅଡିଓ ଭିଜୁଆଲ୍ ଏଣ୍ଟରଟେନମେଣ୍ଟ ସମ୍ମିଳନୀ ଅର୍ଥାତ ୱେଭସ୍ ସମ୍ମିଳନୀ ଆୟୋଜିତ ହେବାକୁ ଯାଉଛି । ଆପଣ ସମସ୍ତେ ନିଶ୍ଚିତ ଭାବରେ ଡାଭୋସ୍ ବିଷୟରେ ଶୁଣିଥିବେ, ଯେଉଁଠାରେ ବିଶ୍ୱର ବ୍ୟବସାୟ ନେତାମାନେ ଏକତ୍ରିତ ହୁଅନ୍ତି । ସେହିଭଳି ୱେଭସ୍ ସମ୍ମିଳନୀରେ ସମଗ୍ର ବିଶ୍ୱରୁ ଗଣମାଧ୍ୟମ ଏବଂ ମନୋରଞ୍ଜନ ଶିଳ୍ପର ଭେଟେରାନ ଏବଂ ସୃଜନଶୀଳ ଜଗତର ଲୋକମାନେ ଭାରତ ଆସିବେ । ଭାରତକୁ ବିଶ୍ୱସ୍ତରୀୟ ବିଷୟବସ୍ତୁ ସୃଷ୍ଟିର କେନ୍ଦ୍ରରେ ପରିଣତ କରିବା ଦିଗରେ ଏହି ଶିଖର ସମ୍ମିଳନୀ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଭାରତୀୟ ସଂସ୍କୃତିର ବିଶ୍ୱର ପ୍ରଭାବର ତିନୋଟି ଉଦାହରଣ ଦେଇ ମୋଦି କହିଛନ୍ତି ଯେ, କିଛି ସପ୍ତାହ ପୂର୍ବରୁ ପ୍ରାୟ ୨୩ ହଜାର ଇଜିପ୍ଟ ଛାତ୍ର ଏକ ଚିତ୍ରକଳା ପ୍ରତିଯୋଗିତାରେ ଭାଗ ନେଇଥିଲେ । ସେଠାରେ ତାଙ୍କୁ ଭାରତର ସଂସ୍କୃତି ଏବଂ ଦୁଇ ଦେଶ ମଧ୍ୟରେ ଐତିହାସିକ ସମ୍ପର୍କକୁ ଦର୍ଶାଇଥିବା ଚିତ୍ରଗୁଡ଼ିକ ପ୍ରସ୍ତୁତ କରିବାକୁ ପଡ଼ିଥିଲା । ଏହି ପ୍ରତିଯୋଗିତାରେ ଭାଗ ନେଉଥିବା ସମସ୍ତ ଯୁବବର୍ଗଙ୍କୁ ମୁଁ ପ୍ରଶଂସା କରୁଛି । ତାଙ୍କର ସୃଜନଶୀଳତାକୁ କେବଳ ଶବ୍ଦ ମାଧ୍ୟମରେ ପ୍ରଶଂସା କରାଯାଇପାରିବ ନାହିଁ । ସେ କହିଛନ୍ତି ଯେ, ପାରାଗୁଏ ଦକ୍ଷିଣ ଆମେରିକାର ଏକ ଦେଶ । ସେଠାରେ ବାସ କରୁଥିବା ଭାରତୀୟଙ୍କ ସଂଖ୍ୟା ଏକ ହଜାରରୁ ଅଧିକ ହେବ ନାହିଁ । ପାରାଗୁଏରେ ଏକ ଆଶ୍ଚର୍ଯ୍ୟଜନକ ପ୍ରୟାସ ଚାଲିଛି । ଏରିକା ହୁବର୍ ସେଠାରେ ଥିବା ଭାରତୀୟ ଦୂତାବାସରେ ମାଗଣା ଆୟୁର୍ବେଦ ପରାମର୍ଶ ପ୍ରଦାନ କରୁଛନ୍ତି । ଆଜି ମଧ୍ୟ ସ୍ଥାନୀୟ ଲୋକମାନେ ବହୁ ସଂଖ୍ୟାରେ ଆୟୁର୍ବେଦିକ ପରାମର୍ଶ ଲୋଡ଼ୁଛନ୍ତି । ମୋଦି କହିଛନ୍ତି ଯେ, ଏହା ଆମ ପାଇଁ ଅତ୍ୟନ୍ତ ଗର୍ବର ବିଷୟ ଯେ ବିଶ୍ୱର ସର୍ବ ପୁରାତନ ଭାଷା ତାମିଲ ଏବଂ ପ୍ରତ୍ୟେକ ଭାରତୀୟ ଏହା ପାଇଁ ଗର୍ବିତ । ବିଶ୍ୱର ବିଭିନ୍ନ ଦେଶରେ ଏହାକୁ ଶିଖୁଥିବା ଲୋକଙ୍କ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଉଛି । ଗତ ମାସ ଶେଷରେ ଭାରତ ସରକାରଙ୍କ ସହଯୋଗରେ ଫିଜିରେ ଏକ ତାମିଲ ଶିକ୍ଷାଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଗତ ୮୦ ବର୍ଷ ମଧ୍ୟରେ ଏହା ପ୍ରଥମ ଥର ପାଇଁ ତାମିଲର ତାଲିମପ୍ରାପ୍ତ ଶିକ୍ଷକମାନେ ଫିଜିରେ ଏହି ଭାଷା ଶିକ୍ଷା ଦେଉଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ।
ଏହାସହ ମୋଦି ଓଡିଶାର କଳାହାଣ୍ଡି ଜିଲ୍ଲାର ‘ସବଜି କ୍ରାନ୍ତି’ ବା ପରିବା ବିପ୍ଳବ କଥା କହିଛନ୍ତି । ସମୟ ଥିଲା ଯେଉଁଠି କୃଷକ ପଳାୟନ କରିବାକୁ ବାଧ୍ୟ ହେଉଥିଲା ଆଜି ସେଇଠି କଳାହାଣ୍ଡିର ଗୋଲମୁଣ୍ଡା ବ୍ଲକ୍ ଏକ ପରିବା ଭଣ୍ଡାରରେ ପରିଣତ ହୋଇଛି । ଏ ପରିବର୍ତ୍ତନ କିପରି ଆସିଲା ? ଏହାର ଆରମ୍ଭ ମାତ୍ର ୧୦ ଜଣ କୃଷକଙ୍କ ଗୋଟିଏ ଛୋଟିଆ ସମୂହ ଦ୍ୱାରା ହୋଇଥିଲା । ସେମାନେ ମିଳିମିଶି ଗୋଟିଏ ଏଫପିଓ ବା କିଷାନ୍ ଉତ୍ପାଦକ ସଂଗଠନ ସ୍ଥାପନ କଲେ, ଚାଷରେ ଆଧୁନିକ କୌଶଳ ପ୍ରୟୋଗ କରିବା ଆରମ୍ଭ କଲେ ଏବଂ ଆଜି ସେମାନଙ୍କର ଏହି ଏଫପିଓ କୋଟି କୋଟି ଟଙ୍କାର କାରବାର କରୁଛି । ଆଜି ୨୦୦ରୁ ଅଧିକ କୃଷକ ଏହା ସହ ଯୋଡି ହୋଇଛନ୍ତି, ଯେଉଁମାନଙ୍କ ମଧ୍ୟରେ ୪୫ ଜଣ ମହିଳା ଚାଷୀ ମଧ୍ୟ ଅଛନ୍ତି । ଏହି ଲୋକମାନେ ମିଶି ୨୦୦ ଏକର ଜମିରେ ବିଲାତି ବାଇଗଣ ଚାଷ କରୁଛନ୍ତି ଏବଂ ୧୫୦ ଏକର ଜମିରେ କଲରା ଉତ୍ପାଦନ କରୁଛନ୍ତି । ଏବେ ଏହି ଏଫପିଓର ବାର୍ଷିକ କାରବାର ରାଶି ଦେଢ କୋଟିରୁ ଅଧିକ ହୋଇଗଲାଣି । ଆଜି କଳାହାଣ୍ଡିର ପରିବା ଖାଲି ଓଡିଶାରେ ନୁହେଁ ବରଂ ଅନ୍ୟ ରାଜ୍ୟମାନଙ୍କରେ ମଧ୍ୟ ପହଞ୍ଚୁଛି ଏବଂ ସେଠିକାର କୃଷକମାନେ ଏବେ ଆଳୁ ଏବଂ ପିଆଜ ଚାଷର ନୂତନ ପ୍ରଣାଳୀ ଶିଖୁଛନ୍ତି । କଳାହାଣ୍ଡିର ଏହି ସଫଳତା ଆମକୁ ଶିଖଉଛି ଯେ ସଂକଳ୍ପ, ଶକ୍ତି ଏବଂ ସାମୂହିକ ପ୍ରଚେଷ୍ଟା ଦ୍ୱାରା କ’ଣ କରାଯାଇ ନ ପାରେ । ମୁଁ ଆପଣ ସମସ୍ତଙ୍କୁ ଅନୁରୋଧ କରୁଛି ନିଜ ଅଞ୍ଚଳରେ ଏଫପିଓ ଗଠନକୁ ଉସôାହିତ କରନ୍ତୁ । କୃଷକ ଉତ୍ପାଦକ ସଂଗଠନଗୁଡିକ ସହିତ ଯୋଡି ହୁଅନ୍ତୁ ଏବଂ ସେଗୁଡିକୁ ମଜଭୁତ୍ କରନ୍ତୁ । ଛୋଟିଆ ପ୍ରୟାସରୁ ମଧ୍ୟ ବଡ ପରିବର୍ତ୍ତନ ସମ୍ଭବ ହୁଏ । ଖାଲି ଆମର ଦୃଢ ସଂକଳ୍ପ ଏବଂ ସାମୂହିକ ଭାବନାର ଆବଶ୍ୟକତା ରହିଛି ।