ଜଳବାୟୁ ସ୍ଥିରତା ଓ ସ୍ଥାୟୀ ବିକାଶ ପାଇଁ ଚୁକ୍ତି
ଭୁବନେଶ୍ୱର : ଏକ ଦୂରଦୃଷ୍ଟି ସଂପନ୍ନ କାର୍ଯ୍ୟକ୍ରମ ସ୍ୱରୂପ ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ଦ୍ୱାରା ରାଜ୍ୟରେ ଜଳବାୟୁ ସ୍ଥିରତା ଏବଂ ସ୍ଥାୟୀ ବିକାଶ ପ୍ରୟାସକୁ ବୃଦ୍ଧି କରିବା ପାଇଁ ତିନୋଟି ଗୁରୁତ୍ୱପୂର୍ଣ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ସେଗୁଡ଼ିକ ହେଲା ଉପକୂଳ ପରିସଂସ୍ଥାର ପୁନରୁଦ୍ଧାର, ସୁରକ୍ଷା ଏବଂ ପରିଚାଳନା ନିମନ୍ତେ ଆଇଆଇଟି ସହ ଭାଗୀଦାରିତା । ଜଳବାୟୁ ସ୍ଥିରତା ପାଇଁ ଅନୁକୂଳନ ଜଳବାୟୁ ପରିବର୍ତ୍ତନ ସହ ତାଳ ମିଳେଇବା ପାଇଁ କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ସହ ବୁଝାମଣାପତ୍ର ସ୍ୱାକ୍ଷରିତ । ନେଟ୍-ଜିରୋ ରୋଡମ୍ୟାପ୍ ବିକାଶ ପାଇଁ ଶକ୍ତି, ପରିବେଶ ଏବଂ ଜଳ ପରିଷଦ ସହିତ ବୁଝାମଣାପତ୍ର । ଏହି ଅବସରରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଗଣେଶରାମ ସିଂଖୁଣ୍ଟିଆ କହିଥିଲେ କି, ଆଇଆଇଟି ସହିତ ଭାଗିଦାରୀତା ସ୍ଥାୟୀ ଉପକୂଳ ପରିଚାଳନା ଅଭ୍ୟାସକୁ ପ୍ରୋସôାହିତ କରିବା ପାଇଁ ଉନ୍ନତ ଗବେଷଣା ସୁଯୋଗ ଏବଂ ଗୋଷ୍ଠୀସମ୍ପୃକ୍ତି ପଦକ୍ଷେପ ପାଇଁ ପଥ ପ୍ରଶସ୍ତ କରିବାରେ ସହାୟକ ସାବ୍ୟସ୍ତ ହେବ । ଏହି ସହଭାଗୀତା ଭାରତର ୨୦୭୦ ନେଟ୍-ଜିରୋ ଲକ୍ଷ୍ୟ ସହିତ ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧିକୁ ସମନ୍ୱିତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏହି ସହଭାଗୀତା ଅଭିନବ, ତଥ୍ୟ-ଚାଳିତ ଏବଂ ସର୍ବସମ୍ମତ ପଦ୍ଧତି ମାଧ୍ୟମରେ ଜଳବାୟୁ ଆହ୍ୱାନର ମୁକାବିଲା କରିବାରେ ଓଡ଼ିଶାର ନେତୃତ୍ୱକୁ ଗୁରୁତ୍ୱାରୋପ କରିବ । ଏହି ପଦକ୍ଷେପଗୁଡ଼ିକ ରାଜ୍ୟର ଭିଜନ ଓଡ଼ିଶା ୨୦୩୬କୁ ମଜବୁତ କରିବା ସହ ସ୍ଥାୟୀ ବିକାଶ, ଜୈବବିବିଧତା ସଂରକ୍ଷଣ ଏବଂ ଜଳବାୟୁ ସ୍ଥିରତା ଲକ୍ଷ୍ୟକୁ ଆଗକୁ ବଢାଇବାରେ ସହାୟକ ହେବ ।
ଏହି ଅବସରରେ ଜଙ୍ଗଲ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ପରିବେଶ ନିଦେ୍ର୍ଦଶକ ପ୍ରେମ କୁମାର ଝା, ଆଇଆଇଟି ତରଫରୁ ଡିନ୍ ପ୍ରାୟୋଜିତ ଗବେଷଣା ଓ ଶିଳ୍ପ ପରାମର୍ଶଦାତା ପ୍ରଫେସର ଦିନାକର ପାସଲା, ଶକ୍ତି, ପରିବେଶ ଏବଂ ଜଳ ପରିଷଦ ତରଫରୁ ଡକ୍ଟର ବୈଭବ ଚତୁର୍ବେଦୀ, ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ଡେପୁଟି କଣ୍ଟ୍ରି ଡାଇରେକ୍ଟର ସୁଶ୍ରୀ ନୋଜୋମି ହାସିମୋଟୋ ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ । ଏହି କାର୍ଯ୍ୟକ୍ରମରେ ପିସିସିଏଫ୍ ଦେବୀଦତ୍ତ ବିଶ୍ୱାଳ ଉପସ୍ଥିତ ଥିଲେ ।