ଜଳବିଦୁ୍ୟତରୁ ୪୬୧୬ ମେଗା ୟୁନିଟ୍ ଉତ୍ପାଦନ
ଭୁବନେଶ୍ୱର: ରାଜ୍ୟରେ ଥିବା ବୁର୍ଲା, ଚିପିଲିମା, ବାଲିମେଳା, ରେଙ୍ଗାଳି, ଉପର କୋଲାବ, ଉପର ଇନ୍ଦ୍ରାବତୀ, ମାଛକୁଣ୍ଡ ଭଳି ମୋଟ ୭ଟି ଜଳ ବିଦୁ୍ୟତ୍ ଉତ୍ପାଦନ କେନ୍ଦ୍ରରୁ ୨୦୨୪-୨୫ରେ ମୋଟ ୪୬୧୬ ମେଗା ୟୁନିଟ୍ ବିଦୁ୍ୟତ୍ ଉତ୍ପାଦନ ହୋଇଛି । ଏପରିକି ଛତିଶଗଡ଼ ରାଜ୍ୟ ମହାନଦୀ ନଦୀର ଉପରମୁଣ୍ଡରେ ବନ୍ଧ ନିର୍ମାଣ କରିବା ଦ୍ୱାରା କୌଣସି ଜଳ ବିଦୁ୍ୟତ୍ ଉତ୍ପାଦନ ବନ୍ଦ ହୋଇନାହିଁ । ଗୃହରେ ବିଧାୟକ ଅଶ୍ୱିନୀ କୁମାର ପାତ୍ରଙ୍କ ପ୍ରଶ୍ନର ଉତ୍ତରରେ ଉପ ମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଏହି ତଥ୍ୟ ଦେଇଛନ୍ତି ।