ଜାତୀୟ ଶିକ୍ଷା ନୀତି କର୍ମଶାଳାର ଦ୍ୱିତୀୟ ଦିନ
ଭୁବନେଶ୍ୱର: ଜାତୀୟ ଶିକ୍ଷା ନୀତି କର୍ମଶାଳାର ଦ୍ୱିତୀୟ ଦିନରେ ଜାତୀୟ ଶିକ୍ଷା ନୀତି ଏବଂ ଜାତୀୟ ପାଠ୍ୟକ୍ରମ ରୂପରେଖ ୨୦୨୩ କୁ ନେଇ ରୋଡମ୍ୟାପ୍ ପ୍ରସ୍ତୁତ କରିବା ନେଇ ଆଲୋଚନା କରାଯାଇଛି । ପାଠ୍ୟକ୍ରମ ଭାର ହ୍ରାସ କରିବା, ଧନ୍ଦାମୂଳକ ଶିକ୍ଷା ପ୍ରଚଳନ କରିବା ଏବଂ ଅଭିଜ୍ଞତାମୂଳକ ଶିକ୍ଷାକୁ ପ୍ରୋସôାହିତ କରିବା ଉପରେ ଧ୍ୟାନ ଦିଆଯିବା ସହ ଗ୍ରୁପ୍ଗୁଡ଼ିକ ନୂତନ ବିଷୟ ପ୍ରଚଳନ କରିବା, ଅଭିନବ ଶିକ୍ଷାଦାନ ପଦ୍ଧତି ଗ୍ରହଣ କରିବା, ବିବିଧ ମୂଲ୍ୟାଙ୍କନର ବ୍ୟବହାର କରିବା ଏବଂ ଶିକ୍ଷା ମାନଦଣ୍ଡ ହାସଲ କରିବା ପାଇଁ ସୁସଂଗଠିତ ସମୟସୀମା ସୁନିଶ୍ଚିତ କରିବା ବିଷୟରେ ଆଲୋଚନା କରିଥିଲେ । ଗ୍ରୁପ୍ଗୁଡ଼ିକ ପ୍ରଭାବଶାଳୀ ନିଦେ୍ର୍ଦଶ ଏବଂ ମୂଲ୍ୟାଙ୍କନ ପାଇଁ ଏକାଧିକ ବୋର୍ଡର ଏକୀକରଣ, ସ୍ପଷ୍ଟ ପାଠ୍ୟକ୍ରମ ଏବଂ ଶିକ୍ଷଣ ଫଳାଫଳ ସହିତ ଏକ "ମାଧ୍ୟମିକ ପର୍ଯ୍ୟାୟ-୨ ରାଜ୍ୟ ପାଠ୍ୟକ୍ରମ ରୂପରେଖ' ବିକଶିତ କରିବା ନେଇ ଆଲୋଚନା କରିଥିଲେ । ଏଥିସହିତ ଶିକ୍ଷକମାନେ ଓଡ଼ିଶାର ସରକାରୀ ବିଦ୍ୟାଳୟଗୁଡ଼ିକରେ ବିଭିନ୍ନ ଗ୍ରେଡ୍ ସ୍ତରରେ ହୋଲିଷ୍ଟିକ୍ ପ୍ରୋଗ୍ରେସ୍ କାର୍ଡ ଏବଂ ମୂଲ୍ୟାଙ୍କନ ରେଜିଷ୍ଟର କାର୍ଯ୍ୟକାରୀ କରିବା ଉପରେ ସେମାନଙ୍କର ଅଭିଜ୍ଞତା ବଖାଣିଥିଲେ ।