ଜଳ ସେଚନ ଦାବିରେ ରାସ୍ତାରୋକ 

 ନୂଆପଡା : ଚାଷ ଜମିକୁ ଜଳସେଚନ ସୁବିଧା ଦାବିରେ ଆଜି ରାସ୍ତା ଅବରୋଧ କରିଛନ୍ତି  ଚାଷୀ । ନୂଆପଡ଼ା ଜିଲ୍ଲାର ପ୍ରମୁଖ ଜଳ ସେଚନ ପ୍ରକଳ୍ପ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ତିଖାଲି ଡ୍ୟାମ ରୁ ମେଗା ଲିଫ୍ଟ ପ୍ରକଳ୍ପ ଚାନ୍ଦୋପଲା ଏକ ଓ ଦୁଇ ବୃହତ୍ ଉଠା ଜଳସେଚନ ପ୍ରକଳ୍ପ ତଥା ଭାଲୁଡୁଙ୍ଗରି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ଦାବିରେ  କ୍ରିୟାନୁଷ୍ଠାନ କମିଟି ଚାନ୍ଦୋପଲା ତରଫରୁ ଖଡ଼ିଆଳ  ନୂଆପଡ଼ା ରାସ୍ତା ୩୫୩ ରାଜପଥ ଅବରୋଧ କରଯାଇଛି । ଫଳରେ ଯାନ  ବାହନ ଯାତାୟତ ବାଧାପ୍ରାପ୍ତ ହୋଇଛି । ଖଡ଼ିଆଳ ବ୍ଲକର ସାନ ମହେଶ୍ୱର, ବରଗାଁ ଭୋଜପୁର,  ଚନାବେଡା ଓ କୋମନା ବ୍ଲକର ପେନ୍ଦ୍ରାବନ୍ ଗ୍ରାମ ପଞ୍ଚାୟତର ୨୪ ଗ୍ରାମର ଚାଷୀ ମାନେ ସାମିଲ ହୋଇଥିଲେ । ଏହି ଗ୍ରାମ ପଞ୍ଚାୟତର ୩୩୨ ହେକ୍ଟର ଜମିକୁ ଜଳସେଚନ ପାଇଁ ଦୀର୍ଘ ବର୍ଷରୁ ଦାବି ହୋଇ ଆସୁଛି । ଏପରିକି ୨୦୨୨ ନିର୍ବାଚନ ବର୍ଜନ ପାଇଁ ସମସ୍ତେ ନିଷ୍ପତ୍ତି ନେଇଥିଲେ ମଧ୍ୟ ପ୍ରଶାସନର ପ୍ରତିଶୃତି ପରେ ଲୋକେ ଭୋଟ ଦାନରେ ସାମିଲ ହୋଇଥିଲେ । ପ୍ରଶାସନ କିନ୍ତୁ ପ୍ରତିଶ୍ରୁତି ରଖିଲା ନାହିଁ ବୋଲି ଚାଷୀ ମାନେ ଅଭିଯୋଗ କରିଛନ୍ତି । ଏଣୁ ଆଜି ରାସ୍ତା ଅବରୋଧ କରାଯାଇଥିବା ବେଳେ କ୍ରିୟାନୁଷ୍ଠାନ କମିଟିର ସଭାପତି ଜଗତରାମ ଶବରଙ୍କ ସମେତ ଚାଷୀ ନେତା ଅମ୍ବିକା ତ୍ରିବେଦି, ଅମରେଶ ପଟ୍ଟନାୟକ, ସିଦ୍ଧାର୍ଥ ଶଙ୍କର ମହାପାତ୍ର, ରାଜେନ୍ଦ୍ର କୁମାର ମହାପାତ୍ର,ଗୌତମ ମୁଣ୍ଡ,ପ୍ରଦୀପ ତ୍ରିବେଦୀ, ଶରତ ମୁଣ୍ଡ, ଡଗ୍ରେଶ୍ୱର ବାଗ, କମଳ ଚରଣ ତାଣ୍ଡି, ବାଳକୃଷ୍ଣ ଶବର, ଦଶମୁ ବେହେରା, କୃଷ୍ଣ ମୁଣ୍ଡ, ଦେବନାଥ ପଣ୍ଡା,ଭୋଳାନାଥ ଶବର, ଯୁଧିଷ୍ଠିର ମାଝୀ, ଗମ୍ଭୀର ମାଝୀ,ଭୁବନେଶ୍ୱର ପଟେଲ, କାଞ୍ଚନ ମାଝୀ,,ପ୍ରମୁଖ ଯୋଗଦେଇ ତିଖାଲିରୁ ଜଳସେଚନ ସୁବିଧା ଯୋଗାଇ ଦେବାକୁ ଦାବି କରିଥିଲେ । ଏହି ଗ୍ରାମ ସବୁ ଉକ୍ତ ଡ୍ୟାମରୁ ଏକ ରୁ ପାଞ୍ଚ କିଲୋମିଟର ଦୂରତା ମଧ୍ୟରେ ଥିଲେ ମଧ୍ୟ ଚାଷ ଜମି ସବୁ ଜଳସେଚିତ ହୋଇ ପାରୁନି । ଅନ୍ୟ ପକ୍ଷରେ ଶହ ଶହ କିଲୋମିଟର ଦୂରରେ ଥିବା ଗାଁ ସବୁ ଜଳସେଚନ ସୁବିଧା ପାଉଛନ୍ତି । ତିଖାଲି ଡ୍ୟାମରୁ ପ୍ରାୟ ୧୬ ହଜାର ଜମି ଜଳସେଚିତ ହୋଇ ପାରୁଛି ।ନୂଆପଡ଼ା ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ,ଖଡ଼ିଆଳ ତହସିଲଦାର ନର୍ସିଙ୍ଗ ଗଦବା, ଖଡ଼ିଆଳ ଏସଡିପିଓ ମର୍ସି ରାଣୀ ପୂର୍ତ୍ତି,ଅତିରିକ୍ତ ତହସିଲଦାର ତ୍ରିଲୋଚନ ନାଏକ ଆନ୍ଦୋଳନକାରୀଙ୍କ ସହ ଆସି ଆଲୋଚନା କରିଥିଲେ । ଅତିଶିଘ୍ର କାର୍ଯ୍ୟ ଆରମ୍ଭ କରିବାର ପ୍ରତିଶ୍ରୁତି ସେ ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।