ନିଜ ଆଡୁ କାର୍ଡ ଫେରାଇବାକୁ ଅପିଲ କରିଛନ୍ତି ଯୋଗାଣ ମନ୍ତ୍ରୀ

ପାଖପାଖି ୮୦ ହଜାର ଅଯୋଗ୍ୟ ହିତାଧିକାରୀ ଫେରେଇଲେଣି ୧୨ ହଜାରରୁ ଅଧିକ କାର୍ଡ । ଏବେ ବି କାର୍ଡ ଫେରାଉଛନ୍ତି ଅଯୋଗ୍ୟ ହିତାଧିକାରୀ। ସେଥିରୁ ସାଢେ ୪ ହଜାର ସରକାରୀ କର୍ମଚାରୀ କାର୍ଡ ଫେରାଇଛନ୍ତି। ପ୍ରତିଦିନ ୩ ରୁ ୪ ହଜାର ଲୋକ କାର୍ଡ ଫରାଉଛନ୍ତି । ୪ ଲକ୍ଷ ମୃତ ହିତାଧିକାରୀଙ୍କ କାର୍ଡ ବି କଟାଯାଇଛି । ନିଜ ଆଡୁ କାର୍ଡ ଫେରାଇବାକୁ ପୁଣି ଥରେ ଅପିଲ କରିଛନ୍ତି ଯୋଗାଣ ମନ୍ତ୍ରୀ ।ଯେଉଁ ମାନଙ୍କର ଗ୍ରାମୀଣ ଅଂଚଳରେ ମାସିକ ୧୦ ହଜାର ଆୟ ଏବଂ ସହରାଞ୍ଚଳରେ ୧୫ ହଜାର ଆୟ ଅଛି ସେମାନେ କାର୍ଡ ଫେରାଇ ଦିଅନ୍ତୁ ବୋଲି ଅପିଲ କରିଛନ୍ତି ।ସରକାର ଏବେ କୌଣସି କାର୍ଯ୍ୟାନୁଷ୍ଠାନ ନେବେ ନାହିଁ । ଏବେ ଅପିଲ କରୁଛୁ କାର୍ଡ ଫେରାଇବା ପରେ ଆଉ ଥରେ ଯାଞ୍ଚ ହେବ। ଗତକାଲି ପୋର୍ଟାଲ ଖୋଲିବା ପରେ ଦେଢ଼ ହଜାର ନୂଆ ଆବେଦନ ହୋଇଛି । ପୂର୍ବରୁ ୬ ଲକ୍ଷ ଆବେଦନକାରୀ ଅପେକ୍ଷାରେ ଅଛନ୍ତି । ସେମାନଙ୍କୁ ଖୁବଶୀଘ୍ର କାର୍ଡ ଦେବା ପ୍ରକ୍ରିୟା ଆରମ୍ଭ ହେବ । ଆୟକର ଫାଇଲ ଦେଇଥିବା ହିତାଧିକାରୀଙ୍କ ବି ଫିଜିକାଲ ଭେରିଫିକେସନ କରି କଟାଯିବ ବୋଲି ମନ୍ତ୍ରୀ କହିଛନ୍ତି ।