ପ୍ରାଣୀ ସମ୍ପଦ ବିକାଶ ଯୋଜନାର ସମୀକ୍ଷା ବୈଠକ
ନୂଆପଡା : ନୂଆପଡା ଜିଲ୍ଳାରେ ପ୍ରାଣୀ ସମ୍ପଦ ବିକାଶ ଯୋଜନାର ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. କେ. ପାର୍ଥ ସାରଥୀ ଦୋରା ବିଭାଗୀୟ ସମସ୍ତ ଜନକଲ୍ୟାଣକାରୀ ଯୋଜନା ବିଷୟରେ ସଂକ୍ଷିପ୍ତ ଧାରଣା ଦେଇଥିଲେ । ଜିଲ୍ଲା ଅତିରିକ୍ତ ପ୍ରାଣୀ ଚିକିସôା ଅଧିକାରୀ ଡା. ବାଳକୃଷ୍ଣ ଦ୍ୱେବେଦୀ ପାୱାର ପଏଣ୍ଟ ମାଧ୍ୟମରେ ବିଭାଗର ବିଭିନ୍ନ ଯୋଜନାର ପ୍ରଗତି ବିଷୟରେ ବିଷଦ ତଥ୍ୟ ପ୍ରଦାନ କରିଥିଲେ । ୨୦୨୫/୨୬ ଆର୍ଥôକ ବର୍ଷରେ ବିଭିନ୍ନ ବିଭାଗର ଯୋଜନାର ଧାର୍ଯ୍ୟ ଲକ୍ଷ୍ୟ ଏବଂ ଜିଲ୍ଲାସ୍ତରୀୟ କମିଟିରେ ଜିଲ୍ଲାପାଳଙ୍କ ଦ୍ୱାରା ଅନୁମୋଦନ ପ୍ରସ୍ତାବ ଓ ତାର କାର୍ଯ୍ୟାନ୍ୱୟନ ବିଷୟରେ ବିଷଦ ଆଲୋଚନା କରାଯାଇଥିଲା । ମୁଖ୍ୟମନ୍ତ୍ରୀ କାମ ଧେନୁ ଯୋଜନା ଅଧୀନରେ ଗୋ ପାଳନ, ମଇଁଷି ପାଳନ ସବୁଦିନିଆ ଘାସ ଚାଷ ଓ ବୀମାକରଣ ଯୋଜନାର ସମୀକ୍ଷା କରି ଅପେକ୍ଷାକୃତ କମ ପ୍ରଗତି କରିଥିବା ବ୍ଲକ ପ୍ରାଣୀ ଚିକିସôା ଅଧିକାରୀମାନଙ୍କୁ ତାଗିଦ କରିବା ସହ ଧାର୍ଯ୍ୟ ସମୟ ସୀମା ମଧ୍ୟରେ ଲକ୍ଷ ହାସଲ କରିବା ପାଇଁ ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଥିଲେ । ଉକ୍ତ କମିଟିର ବିଭିନ୍ନ ଯୋଜନାରେ ଥିବା ୫୨୫ଟି ଧାର୍ଯ୍ୟ ଲକ୍ଷ ପାଇଁ ୨୨୫ ଟି ପ୍ରସ୍ତାବ ଅନୁମୋଦନ କରାଯାଇଥିଲା । ଅବଶିଷ୍ଟ ଲକ୍ଷ ହାସଲ ପାଇଁ ଆବେଦନ ପତ୍ର ସଂଗ୍ରହ କରି ତୁରନ୍ତ ଅନୁମୋଦନ କରିବାପାଇଁ ସିଡିଭିଓଙ୍କୁ ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଥିଲେ । ଉକ୍ତ ବୈଠକରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ସହ ଜିଲ୍ଲାର ସମସ୍ତ ୧୮ଜଣ ଅଧିକାରୀ ଯୋଗଦାନ କରିଥିଲେ ।