୫ କେଜିର ଆଇଇଡି ଜବତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ସୁକୁମା ଜିଲ୍ଲାରେ ଯବାନଙ୍କ ମାଓ ଦମନ ତଲାସି ଅଭିଯାନ ବେଳେ ଗୋଟିଏ ଆଇଇଡି ବୋମାକୁ ଜବତ କରି ନିଷ୍କ୍ରିୟ କରାଯାଇଛି । ସୂଚନା ଅନୁଯାୟୀ ଛତିଶଗଡର କୋଣ୍ଟା ଥାନା ଅନ୍ତର୍ଗତ ଗୋଲ୍ଲାପାଲି ରାସ୍ତାର ବନ୍ଦା ଗ୍ରାମ ନିକଟରେ ସୁରକ୍ଷା ବାହିନୀକୁ କ୍ଷତି ପହଞ୍ଚାଇବା ପାଇଁ ନକ୍ସଲମାନେ ଖଞ୍ଜିଥିବା ୫ କେଜିର ଆଇଇଡିକୁ ଘଟଣା ସ୍ଥଳରୁ ଉଦ୍ଧାର କରି ଯବାନଙ୍କ ଦ୍ୱାରା ନିଷ୍କ୍ରିୟ କରାଯାଇଛି । ସୁରକ୍ଷା ବାହିନୀକୁ ଜଣେ ସୂଚନାଦାତାଙ୍କ ଠାରୁ ମିଳିଥିବା ସୂଚନାକୁ ଆଧାର କରି ମାଇନିଂ ଅପରେଶନ କରାଯାଇଥିଲା । ସିଆରପିଏଫ ୨୨୮ ବାଟାଲିୟନ ଏବଂ ଜିଲ୍ଲା ପୋଲିସର ଏକ ମିଳିତ ଦଳ ମାଇନିଙ୍ଗ ଅପରେସନ ବେଳେ ୫ କିଲୋ ଆଇଇଡି ଜବତ କରିଛି ।