ଯୁବକଙ୍କ ମୃତୁ୍ୟକୁ ନେଇ ଉତ୍ତେଜନା
ସାରସକଣା: ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ବଡ଼·ଟରା ଗ୍ରାମର ଯୁବକ ଗୋପାଳ ମହାନ୍ତ(୧୯)ଙ୍କୁ ଗତକାଲି ଅପରାହ୍ନରେ ମରଣାନ୍ତକ ଆକ୍ରମଣ ପରେ ତାଙ୍କର ମୃତୁ୍ୟ ଘଟିଥିଲା । ଯାହାକୁ ନେଇ ଘଟଣାରେ ଦୁଇ ମୁଖ୍ୟ ଅଭିଯୁକ୍ତକୁ ପୁଲିସ୍ ଉଠାଇ ନେଇ ଥାନାରେ ଅଟକ ରଖିଛି । ଗତକାଲି ରାତିରେ ଗୋପାଳର ମୃତଦେହକୁ ବ୍ୟବଚ୍ଛେଦ କରିବା ପାଇଁ ବାରିପଦା ପିଆରଏମ ମେଡିକାଲ ପଠା ଯାଇଥିଲା । ତେବେ ମଙ୍ଗଳବାର ସକାଳୁ ଘଟଣାକୁ ନେଇ ସ୍ଥାନୀୟ ବାମ୍ବେ ଛକ ଅଞ୍ଚଳରେ ଏନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା । ସକାଳେ ଶହଶହ ସଂଖ୍ୟାରେ ବଡ଼·ଟରା ଗ୍ରାମବାସୀ ଓ ସ୍ଥାନୀୟ ବାସିନ୍ଦା ବମ୍ବେଛକ ବଜାରରେ ଥିବା ଓଭର ବ୍ରିଜ ତଳେ କ୍ଷତି ପୂରଣ ଦାବି ସହିତ ଘଟଣାରେ ସଂପୃକ୍ତ ଅନ୍ୟ ·ରି ଜଣ କର୍ମକର୍ତ୍ତାଙ୍କୁ ଗିରଫ ଦାବିରେ ଅଡ଼ି ବସିଥିଲେ । ଜାତୀୟ ରାଜପଥ ୧୮ ଓ ୪୯କୁ ଅବରୋଧ କରି ନ୍ୟାୟ ପାଇଁ ଦାବି କରିଥିଲେ ।
ମୃତକଙ୍କୁ କ୍ଷତିପୂରଣ ପ୍ରଦାନ କରିବା ସହିତ ଅନ୍ୟମାନଙ୍କୁ ଗିରଫ ଦାବିରେ ଗ୍ରାମବାସୀ ରାସ୍ତା ଉପରେ ବସି ରହିଥିଲେ ଲୋକେ । ଅପରାଧୀଙ୍କୁ ଯଥାଶୀଘ୍ର ଗିରଫ ନକଲେ ପରିସ୍ଥିତି ଆହୁରି ଉଗ୍ରରୂପ ନେବ ବୋଲି ଅନେ୍ଦାଳନକାରୀମାନେ ଚେତାବନୀ ଦେଇଥିଲେ । ତେବେ ବାରିପଦା ଏସଡିପିଓ ନିଜେ ଘଟଣା ସ୍ଥଳରେ ଉପସ୍ଥିତ ରହି ଲୋକଙ୍କୁ ବୁଝାସୁଝା କରି ବିଫଳ ହେଇଥିଲେ । କୌଣସି ଅଘଟଣକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ତେବେ ମଧ୍ୟାହ୍ନ ୧.୩୦ସମୟରୁ ୪ଟା ପର୍ଯ୍ୟନ୍ତ ଉଭୟ ଜାତୀୟ ରାଜପଥ ବନ୍ଦ ରହିଥିଲା । ତଥାପି ଲୋକେ ଉଠିନଥିଲେ, ଅସହାୟ ମାକୁ ନ୍ୟାୟ ଦେବାପାଇଁ ଜିଦ୍ରେ ଅଟଳ ରହିଥିଲେ ।