ଦମ୍ପତିଙ୍କ ସନେ୍ଦହଜନକ ମୃତୁ୍ୟ

 ସାରସକଣା: ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ଜାଲଦା ଗ୍ରାମ ପଞ୍ଚାୟତସ୍ଥିତ ରାୟବଣି ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ହତ୍ୟା କାଣ୍ଡ, ସ୍ୱାମୀ,ସ୍ତ୍ରୀ ଉଭୟଙ୍କ ମୃତଦେହ ଘର ପଛପଟେ ଠାବ ହୋଇଛି  । ସ୍ୱାମୀଙ୍କ ମୃତଦେହ ଗଛରେ ଝୁଲିଥିବା ବେଳେ ଓ  ସ୍ତ୍ରୀଙ୍କ ମୃତ୍ୟଦେହ ରକ୍ତ ଜୁଡୁବୁଡୁ ହୋଇ ପଡ଼ିରହିଥିଲା ଅନତି ଦୂରରେ  । ମୃତୁ୍ୟ ପଛର ପ୍ରକୃତ କାରଣ ଯଣାପଡିନାହିଁ  । ପୁଲିସର ସୂଚନା ମୁତାବକ ଉକ୍ତ ଗ୍ରାମର ପୁଷ୍ପା ଭକ୍ତା ପ୍ରତ୍ୟେକ ଦିନ ପରି ଘର ପଛପଟ ଜଙ୍ଗଲକୁ ଜାଳେଣି ଆଣିବାକୁ ଯାଉଥିବା ବେଳେ ପଡୋଶୀ କାଳିପଦ ଦେହୁରୀ (୬୦)ଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ପାଇଥିଲେ ଦୌଡ଼ି ଆସି କାଳିପଦଙ୍କ ପୁଅ ଦିପୁ ଭକ୍ତାଙ୍କୁ ଖବର ଦେଇଥିଲେ । ବାପାଙ୍କ ଶରୀର ଗଛରେ ଝୁଲୁଥିବା ଖବର ପାଇ ଦିପୁ ଆସିବାବେଳେ ଏହି ସମୟରେ ଟିକିଏ ଦୂରରେ ଦିପୁର ମା ସୋମବାରୀ ଭକ୍ତାଙ୍କ (୪୫) ମୃତଦେହ ରକ୍ତ ଜୁଡୁବୁଡୁ ହୋଇ ପଡ଼ିଥିବା ଦେଖିବାକୁ ପାଇଥିଲେ । ତୁରନ୍ତ ଝାରପୋଖରିଆ ଥାନାକୁ ଖବର ଦେବାପରେ ଥାନାଧିକାରୀ ପ୍ରଭୁ କଲ୍ୟାଣ ଆଚାର୍ଯ୍ୟଙ୍କ ସହିତ ଟିମ ଘଟଣା ସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ କରିବା ପରେ, ବାରିପଦା ସାଇଣ୍ଟିଫିକ ଟିମକୁ ଡକାଇଥିଲେ । ତେବେ ପୋଲିସ ଓ ସାଇଣ୍ଟିଫିକ ଟିମ ତଦନ୍ତ ପରେ ମହିଳାଙ୍କ ମୁଣ୍ଡରେ ୬ଟି ଗଭୀର କ୍ଷତ ଦେଖିବାକୁ ମିଳିଥିବା ବେଳେ ତାଙ୍କ ସ୍ୱାମୀଙ୍କ ବେକରେ ଦଉଡିର ଦାଗ, ତଥା ସେ ମଳତ୍ୟାଗ କରିବା ସହିତ ବୀର୍ଯ୍ୟ କ୍ଷରଣ ହୋଇଥିବା ଦେଖିବାକୁ ମିଳିବା ସହ ରକ୍ତ ସହ ମହିଳାଙ୍କ କେଶ ଲାଗିଥିବା ଏକ ସାବଳ ମିଳିଥିଲା । ଫଳରେ ଶାବଳରେ ମହିଳାଙ୍କ ମୁଣ୍ଡକୁ ଆଘାତ କରି ହତ୍ୟା କରି ସ୍ୱାମୀ ଜଣଙ୍କ ନିଜେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ସନେ୍ଦହ କରାଯାଉଛି । ଏନେଇ ଥାନାରେ ୧୨୬/୨୫ ଅନୁଯାୟୀ ଏକ ମାମଲା ୠଜୁ ପୁଲିସ ତଦନ୍ତ ଚାଲୁ ରହିଛି  ।  ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତୁ୍ୟର ପ୍ରକୃତ ସତ୍ୟାସତ୍ୟ ଜଣାପଡିବ ବୋଲି ଆଇଆଇସି ପ୍ରଭୁକଲ୍ୟାଣ ଆଚାର୍ଯ୍ୟ କହିଛନ୍ତି । ତେବେ ପୁଅ କହିଛନ୍ତି କିଛି ଦିନ ତଳେ ଦୁଇ ଭଉଣୀଙ୍କ ବାହାଘର କରିଥିଲେ ବାପା  । ଦୁହିଁଙ୍କ ମଧ୍ୟରେ କୌଣସି ଝଗଡା ନଥିଲା । ରାତିରେ ସ୍ୱାଭାବିକ ଭାବେ ଖିଆପିଆ କରି ସୋଇଥିଲେ । ସକାଳୁ ଉଭୟ ମା ଓ ବାପାଙ୍କ ମୃତୁ୍ୟର କାରଣ କଣ ସେ ଜାଣି ନାହାନ୍ତି, ଏହା ହତ୍ୟା ହୋଇଥାଇ ପାରେ ବୋଲି ସେ ସନେ୍ଦହ କରୁଛନ୍ତି ବୋଳି କହିଛନ୍ତି ।