ଜାତୀୟ ହ୍ୟାଣ୍ଡ ବଲ ଚାମ୍ପିଅନସିପ ଖେଳିବେ ବିଭୂତି
ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ ଶିକ୍ଷା ନବୀଶ ବିଭୂତି ଭୂଷଣ ଓଝା ଜୁନିଅର ନ୍ୟାସନାଲ ହାଣ୍ଡବଲ ଚାମ୍ପିଅନସିପ ଖେଳିବେ । ଆଗାମୀ ୭ ତାରିଖରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଏହି ଚାମ୍ପିଅନସିପ ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ମନୋନୀତ ହୋଇଛନ୍ତି । ଏଥିପାଇଁ ଜିଲ୍ଲାପାଳ ଦିଲ୍ଲିପ କୁମାର ରାଉତରାୟ, ଶିଳ୍ପ ତାଲିମ ପ୍ରତିଷ୍ଠାନ ଅଧ୍ୟକ୍ଷ ଦୀପକ କୁମାର ମୁଦୁଲି, ପ୍ରତିଷ୍ଠାନର ସମସ୍ତ ପ୍ରଶିକ୍ଷକ, କର୍ମଚାରୀ, ଜିଲ୍ଲା ହ୍ୟାଣ୍ଡବଲ ସଂଘ ସଚିବ ସିରାଜୁଦ୍ଦିନ ଖାଁ ପ୍ରମୁଖ ମଙ୍ଗଳବାର ବିଭୂତିଙ୍କୁ ଶୁଭେଚ୍ଛା ଜଣାଇ ସଫଳତା କାମନା କରିଛନ୍ତି । ବିଭୂତି ଓ କୋଚ ଶେଖ ଗୋଲାପ ଆଦି ଦିଲ୍ଲୀ ଯାତ୍ରା କରିଛନ୍ତି । ବିଭୂତିଙ୍କ ସଫଳତା ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହେବ ବୋଲି ଜିଲ୍ଲାପାଳ ଓ ଅଧ୍ୟକ୍ଷ ମତବ୍ୟକ୍ତ କରିଛନ୍ତି ।
Samir Kumar Rout