ଭାରତୀୟ ମହିଳା ବିଶ୍ୱକପ ଚାମ୍ପିଆନ ଟିମ୍‌କୁ ଭେଟିଲେ ପ୍ରଧାନମନ୍ତ୍ରୀ 

ଭାରତୀୟ ମହିଳା ବିଶ୍ୱକପ ଚାମ୍ପିଆନ ଟିମ୍‌କୁ ଭେଟିଲେ ପ୍ରଧାନମନ୍ତ୍ରୀ 

ନୂଆଦିଲ୍ଲୀ : ଆଇସିସି ମହିଳା ଦିନିକିଆ ବିଶ୍ୱକପ ଚମ୍ପିଆନ ଟିମ ଇଣ୍ଡିଆର ଖେଳାଳିମାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ସାକ୍ଷାତକାର ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଆୟୋଜିତ ହୋଇଥିଲା । ଗତ ରବିବାର ଦିନ ଭାରତୀୟ ମହିଳା କ୍ରିକେଟ ଦଳ ଦକ୍ଷିଣ ଆଫ୍ରିକାକୁ ୫୨ ରନରେ ପରାଜିତ କରି ପ୍ରଥମ ଥର ଲାଗି ମହିଳା ବିଶ୍ୱକପ ଟାଇଟଲ ହାସଲ କରିଥିଲା । ଏହି ବିଜୟ ପାଇଁ ଭାରତୀୟ ମହିଳା ଟିମ୍‌କୁ ୫୨ ବର୍ଷ ଅପେକ୍ଷା କରିବାକୁ ପଡ଼ିଥିଲା । ପ୍ରଧାନମନ୍ତ୍ରୀ ଏହି ଐତିହାସିକ ବିଜୟ ପାଇଁ ଭାରତୀୟ ମହିଳା କ୍ରିକେଟ ଦଳକୁ ଶୁଭେଚ୍ଛା ଜଣାଇଥିଲେ । 

   ପ୍ରଧାନମନ୍ତ୍ରୀ କହିଥିଲେ, ଭାରତୀୟ ମହିଳା ଦଳ ପ୍ରାରମ୍ଭିକ ପରାଜୟ ଏବଂ ସାମାଜିକ ଗଣମାଧ୍ୟମରେ ସମାଲୋଚନା ସତ୍‌ବେ ଜବରଦସ୍ତ ପ୍ରଦର୍ଶନ କରି ଟାଇଟଲ ହାସଲ କରିଛି । ଏହା ପ୍ରତି ଭାରତୀୟଙ୍କ ପାଇଁ ଗର୍ବର ମୁହୂର୍ତ୍ତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଖାସ ସାକ୍ଷାତ କାର୍ଯ୍ୟକ୍ରମରେ ଟିମ୍‌ ଇଣ୍ଡିଆ ଖେଳାଳିଙ୍କ ସହ କଥାବାର୍ତ୍ତା ହେବା ସହ ଓ ଫଟୋସୁଟ୍‌ କରିଥିଲେ । ଏହି ଅବସରରେ ମହିଳା ଖେଳାଳୀମାନେ ପ୍ରଧାନମନ୍ତ୍ରୀଙ୍କୁ ଟିମ ଇଣ୍ଡିଆର ଏକ ସ୍ୱାକ୍ଷରିତ ଜର୍ସି ଉପହାର ରୂପେ ଦେଇଛନ୍ତି । ଏହି  ଜର୍ସିର ନମ୍ବର ୧ ରହିଥିବା ବେଳେ ସେଥିରେ ‘ନମୋ’ ନାମ ଲେଖାଯାଇଥିଲା । ଏହି ୱାନଡେ ୱାର୍ଲଡକପ ଟାଇଟଲ ଜିତିବାରେ ଭାରତ ବିଶ୍ୱରେ ଚତୁର୍ଥ ଦେଶ । ଏହା ପୂର୍ବରୁ ଅଷ୍ଟ୍ରଲିୟା, ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ ଚାମ୍ପିୟନ ହୋଇଥିଲେ ।