ଜିଲାସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ
କେନ୍ଦୁଝର : କେନ୍ଦୁଝର ସଂସ୍କୃତି ଭବନରେ ଗୁରୁବାର ପର୍ବାହ୍ନରେ ଜିଲା ପ୍ରଶାସନ ଓ ଜିଲା ଶ୍ରମ ବିଭାଗର ମିଳିତ ଆନୁକୁଲ୍ୟରେ ଜିଲାସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସାଂସଦ ଅନନ୍ତ ନାୟକ ଯୋଗ ଦେଇ ଶ୍ରମିକମାନେ ଜିଲା ଶ୍ରମ କାର୍ଯ୍ୟାଳୟ ଜରିଆରେ ନାମ ପଞ୍ଜିକରଣ କରିବା ଓ ବିଭିନ୍ନ ଯୋଜନାର ସୁବିଧା ସୁଯୋଗ ଆର୍ଥିକ ସହାୟତାର ଫାଇଦା ଉଠାଇବା ପାଇଁ ପରାମର୍ଶ ଦେଇଥିଲେ । ଶ୍ରମିକମାନଙ୍କ ଶ୍ରମ ବଳରେ ହିଁ ସମସ୍ତ ଉନ୍ନତିମୂଳକ କାର୍ଯ୍ୟ ସମ୍ଭବ ହେଉଥିବା ଏବଂ ଶ୍ରମିକମାନଙ୍କ ସକଳ ଉନ୍ନତି ଓ ସାମାଜିକ ନିରାପତ୍ତା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଥିବା ସମସ୍ତ ବ୍ୟବସ୍ଥା ସମ୍ବନ୍ଧରେ ବିସ୍ତୃତ ସୂଚନା ଦେବା ସହିତ ଶ୍ରମିକ ଭାଇ ଭଉଣୀ ମାନେ ସରକାରଙ୍କ ବିଭିନ୍ନ ଶ୍ରମିକ କଲ୍ୟାଣ ଯୋଜନା ଗୁଡିକର ସୁଫଳ ପାଇପାରିବେ ସେଥିପ୍ରତି ବିଶେଷ ଯନôବାନ ହେବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ଏହି ସଭାରେ ସମ୍ମାନନୀୟ ଅତିଥିରୂପେ ବିଧାୟକ ପାଟଣା ଅଖିଳ ଚନ୍ଦ୍ର ନାଏକ, ବିଧାୟକ ତେଲକୋଇ ଡାକ୍ତର ଫକୀର ମୋହନ ନାଏକ, ଜିଲାପାଳ ବିଶାଲ ସିଂହ, ବନଖଣ୍ଡ ଅଧିକାରୀ ଧନରାଜ ଏଚଡି, କେନ୍ଦୁଝରଗଡ଼ ପୌରପାଳିକା ଅଧ୍ୟକ୍ଷା ନିକୁ ସାହୁ, ଚମ୍ପୁଆ ବିଧାୟକଙ୍କ ପ୍ରତିନିଧି ସଂଜୀବ କୁମାର ବେହେରା ଏବଂ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ହିସାବରେ ବିବେକାନନ୍ଦ ମହାନ୍ତ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ବିଭାଗୀୟ ଶ୍ରମ ଆୟୁକ୍ତ ସୂର୍ଯ୍ୟକାନ୍ତ ମାଳି ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରିବା ସହ କେନ୍ଦୁଝର ଜିଲା ଶ୍ରମିକ ମାନଙ୍କ କଲ୍ୟାଣ ନିମନ୍ତେ ଜିଲା ଶ୍ରମ ବିଭାଗ ପକ୍ଷରୁ ଗ୍ରହଣ କରାଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ବିବାହ ସହାୟତା ପାଇଁ ୫୭ ଜଣଙ୍କୁ ୨୮,୦୦,୦୦୦ ଟଙ୍କା, ହିତାଧିକାରୀଙ୍କୁ ମୃତୁ୍ୟ ଜନିତ ସହାୟତା ପାଇଁ ୩୯ ଜଣଙ୍କୁ ୯୨,୦୦,୦୦୦ଟଙ୍କା, ଅନ୍ୱ୍ୟେଷ୍ଟିକ୍ରିୟା ସହାୟତା ପାଇଁ ୩୭ ଜଣଙ୍କୁ ୧,୮୫,୦୦୦ ଟଙ୍କା, ପ୍ରସୂତୀକାଳୀନ ସହାୟତା ବାବଦରେ ୪ ଜଣଙ୍କୁ ୪୦,୦୦୦ ଟଙ୍କା, ଶିକ୍ଷାବୃତ୍ତି ସହାୟତା ବାବଦରେ ୨୧ ଜଣଙ୍କୁ ୨,୨୦,୦୦୦ ଟଙ୍କା ସମୁଦାୟ ୧୫୮ ଜଣଙ୍କୁ ୧,୨୪,୪୫,୦୦୦ ଟଙ୍କାର ସହାୟତା ରାଶି ବଣ୍ଟନ କରାଯାଇଥିଲା । ୨୦୦ ଜଣ ହିତାଧିକାରୀଙ୍କୁ ନୂତନ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲା ଶ୍ରମ ଅଧିକାରୀ ଆକାଶ ବିଷୋୟୀ ଧନ୍ୟବାଦ ଅର୍ପଣ କରିଥିବା ବେଳେ ବିଭିନ୍ନ ଶ୍ରମିକ ସଂଗଠନର କର୍ମକର୍ତ୍ତା, ଶ୍ରମିକ, ଜିଲା ଶ୍ରମ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ ।
ଅପରପକ୍ଷରେ ଗାଁ ସାଥି ମେଟ ସଂଘ ମିଳିତ କି୍ରୟାନୁଷ୍ଠାନ କମିଟି, କେନ୍ଦୁଝର ପକ୍ଷରୁ ଆନ୍ତର୍ଜାତୀୟ ଶ୍ରମିକ ଦିବସ ନଗରଭବନଠାରେ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ଅତିଥିମାନେ ଦ୍ୱୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଆବାହକ ମନୋଜ କୁମାର ପଟେଲଙ୍କ ସଂଯୋଜନାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦୁଝର ସାଂସଦ ଅନନ୍ତ ଚରଣ ନାୟକ ଯୋଗଦେଇ ଦେଶର ବିକାଶରେ ଶ୍ରମଦାତାମାନଙ୍କର ତୁଳନା ନାହିଁ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ଶ୍ରମିକ ନେତା ତଥା ଆଇନଜୀବି ଯତୀନ୍ଦ୍ର କୁମାର ବେହେରା, ସମ୍ମାନୀତ ଅତିଥି ଭାବେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ତେଲକୋଇ ବିଧାୟକ ଡା ଫକୀର ମୋହନ ନାଏକ, ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ବିବେକାନନ୍ଦ ମହାନ୍ତ, କେନ୍ଦୁଝର ଜିଲ୍ଲା ସରପଞ୍ଚ ସଂଘ ସଭାପତି ଭାଗିରଥି ସିଂ, ଗାଁ ସାଥି ମେଟ ସଂଘ ମିଳିତ କି୍ରୟାନୁଷ୍ଠାନ କମିଟିର ରାଜ୍ୟ ସଭାପତି ଲକ୍ଷ୍ମୀଧର ବିଶ୍ୱାଳ ଯୋଗଦେଇ ଆନ୍ତର୍ଜାତୀୟ ଶ୍ରମ ଦିବସର ମହାତ୍ମ ଏବଂ ଶ୍ରମିକ ଭାଇଭଉଣୀଙ୍କ ପାଇଁ ଏହି ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ସଫଳ ରୂପାୟନ ତଥା ସର୍ବାଧିକ ଶ୍ରମିକ ମାନଙ୍କୁ ୧୦୦ ଦିନର କାମ ଯୋଗାଇଥିବା ୯ଜଣ ସରପଞ୍ଚ,୨ ଜଣ ହିସାବ ରକ୍ଷକ ତଥା ତଥ୍ୟ ପ୍ରବେଶକ ଓ ୬ ଜଣ ଗାଁ ସାଥୀମେଟଙ୍କୁ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସଂଘର ସୁଧୀର ମହାନ୍ତ, ପୁରନ୍ଦର ମହାନ୍ତ, ମୋହନ ମହାନ୍ତ, ମନୋ ସରୋଜ ପଣ୍ଡା, ବିଜୟ ମୁଦି, ରମେଶ ମହାନ୍ତ, ଜଗବନ୍ଧୁ ସର୍ଦ୍ଦାର, ବାବୁଲା ନାଏକ, ମାଟୁରାମ ମୁଣ୍ଡା, ଆର୍ତ୍ତତ୍ରାଣ ମହାନ୍ତ, ଦାଶରଥି ନାଏକ, ତ୍ରିଲୋଚନ ମହାନ୍ତ, ଖଗେଶ୍ୱର ନାଏକ, ଦିଲ୍ଲୀପ କୁମାର ନାଏକ, ସୁମିତ୍ରା ଗିରି, ରଞ୍ଜିତା ନାଏକ, ଶୁଶିଳା ନାଏକ ପରିଚାଳନା ଓ ପ୍ରଶ୍ନ କୁମାର ନାଏକ କାର୍ଯ୍ୟକ୍ରମ ସଂଯୋଜନାରେ ସହଯୋଗ କରିଥିଲେ ।
ତିହିଡି: ସିଆଇଟିୟୁ ପକ୍ଷରୁ ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ବିଭିନ୍ନ ସ୍ଥାନରେ ବିଶ୍ୱ ଶ୍ରମିକ ଦିବସ ପାଳିତ ହୋଇଯାଇଛି । ତିହିଡ଼ି ତହସିଲ ଛାକଠାରେ ପ୍ରଫୁଲ ପାଢ଼ୀ ପତାକା ଉତ୍ତୋଳନ କରିଥିବା ବେଳେ ପୀରହାଟରେ ବିଷ୍ଣୁ ଦାଶ, ବାରୋରେ ନାରାୟଣ ଦାଶ, ଦୋଳସାହିରେ ଶ୍ରୀଧର ଜେନା ପ୍ରମୁଖ ରକ୍ତ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ଅନୁଷ୍ଠିତ ସଭାରେ ଶ୍ରମିକମାନଙ୍କୁ ୮ଘଣ୍ଟା କାମ କରିବାର ଅଧିକାର, ଶ୍ରମ କୋର୍ଡ଼ରେ ଶ୍ରମ ଆଇନ୍ ପ୍ରଚଳନ କରିବା, ଶ୍ରମିକମାନଙ୍କର ସର୍ବନିମ୍ନ ମଜୁରୀ ୬୦୦ଟଙ୍କା ଘୋଷଣା କରିବା, ଅଙ୍ଗନୱାଡ଼ି, ଆଶା, ପାଚିକାମାନଙ୍କର ମାସିକ ଦରମା ୨୬ହଜାର ଟଙ୍କା ଘୋଷଣା କରିବା, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନମାରଣୀ ନୀତି ଉପରେ ଅତିଥିମାନେ ବକ୍ତବ୍ୟ ପ୍ରଦାନ କରିଥିଲେ । ନିର୍ମଳ ଦଳେଇ, ଭାଗବତ ସେନାପତି, ସତ୍ୟବ୍ରତ କୁଣ୍ଡ, ପୀତାମ୍ବର ମଳିକ, ଅନନ୍ତ ଜେନା, ମୁକ୍ତିକାନ୍ତ ଭୋଳ, ପୁରସ୍ତମ ସାହୁ, ସେକ୍ ଲିଟୁ, ସେକ୍ ହାଡ଼ୁ, ସୟଦ ସାୟନସାହା, ବିଜୟ ଦାସ, ହୃଷିକେଶ ଦାସ, ସତ୍ୟଜିତ୍ କୁଣ୍ଡ, ବନମାଳି ମହାନ୍ତି, ସୁବାସ ମହାଳିକ, ଜ୍ୟୋତିର୍ମୟ ମଳିକ, ବାବୁରାମ ଦାସ, ଅଜୟ ବଳ, ଅକ୍ଷୟ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ଦେଇଥିଲେ । ଆସନ୍ତା ମଇ ୨୦ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଦେଶବ୍ୟାପୀ ଧର୍ମଘଟକୁ ସଫଳ କରିବା ପାଇଁ ସମସ୍ତଙ୍କୁ ଦାଶ ଆହ୍ୱାନ ଦିଆଯାଇଛି ।