ଜିଲ୍ଲାସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା 

 ଜଗତସିଂହପୁର : ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ଆନୁକୁଲ୍ୟରେ ପାଳନ ହେଉଥିବା “ସେବା ପର୍ବ-୨୦୨୫” ପରିପେକ୍ଷୀରେ ଜିଲ୍ଲା ପ୍ରଶାସନ ଏବଂ ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂଶାସିତ ମହାବିଦ୍ୟାଳୟ ସହଭାଗିତାରେ, "ବିକଶିତ ଭାରତ-୨୦୪୭" ଶୀର୍ଷକ ଉପରେ ଆଧାରିତ ଏକଦିବସୀୟ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇଯାଇଅଛି । ପ୍ରତିଯୋଗିତାରେ ମହାବିଦ୍ୟାଳୟର ପ୍ରାଧ୍ୟାପିକା ବନ୍ଦିତା ଦାସ, ଅଧ୍ୟାପିକା ଅମୃତା ମହାନ୍ତି, ଅଧ୍ୟାପିକା ଶୁଭଶ୍ରୀ ମହାନ୍ତି, ଅଧ୍ୟାପିକା ସୁନିତା ସ୍ୱାଇଁ, ଅଧ୍ୟାପକ ଅମିତାଭ ସ୍ୱାଇଁ , ଅଧ୍ୟାପିକା ସ୍ୱାତୀ ପୁହାଣ, ଅଧ୍ୟାପିକା ବିଦୁ୍ୟତପ୍ରଭା ଦାସ, ଅଧ୍ୟାପକ ଜିତୁ ପ୍ରସାଦ ମଲ୍ଲିକ ଓ ଜିଲ୍ଲା ଚିକିସôାଳୟର ଅବସର ପ୍ରାପ୍ତ ଚିତ୍ରଶିଳ୍ପୀ ସୁରେଶ କୁମାର ଚୌଧୁରୀ ବିଚାରକ ଭାବରେ ପ୍ରତିଯୋଗୀମାନଙ୍କର ଚିତ୍ରକଳାକୁ ନିରୀକ୍ଷଣ କରିଥିଲେ  । ଉଚ୍ଚ ମାଧ୍ୟମିକ ବର୍ଗରେ ରୁଦ୍ରପ୍ରସାଦ ପାତ୍ର ପ୍ରଥମ ସ୍ଥାନ, ଶୁଭଶ୍ରୀ ମହାନ୍ତି ଦ୍ୱିତୀୟ ସ୍ଥାନ ଏବଂ ସମରେଶ ଦାସ ତୃତୀୟ ସ୍ଥାନ ଅଧିକାର କରିଛନ୍ତି  । ମହାବିଦ୍ୟାଳୟସ୍ତରରେ ସୌରଭ ନାୟକ ପ୍ରଥମ ସ୍ଥାନ, ଆକୃତି ପ୍ରିୟଦର୍ଶିନୀ କାଣ୍ଡି ଦ୍ୱିତୀୟ ସ୍ଥାନ ଏବଂ ଆନନ୍ଦ ମିର୍ଜା ତୃତୀୟ ସ୍ଥାନ ଅଧିକାର କରିଛନ୍ତି  । ସେହିପରି ଭାବରେ ବୃତ୍ତିଗତ ଚିତ୍ରକଳାରେ ଧ୍ରୁବ ଚରଣ ସାହୁ ପ୍ରଥମ ସ୍ଥାନ, ମନୋଜ କୁମାର ସାହୁ ଦ୍ୱିତୀୟ ସ୍ଥାନ ଏବଂ କେଶବ ଚନ୍ଦ୍ର ଜେନା ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ସୁଜାତା ଓତା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ  ପ୍ରତିଚୀ ତନୟା ମହାନ୍ତି, ଜିଲ୍ଲା ସଂସ୍କୃତି ଅଧିକାରୀ ଦିଲ୍ଲୀପ କୁମାର ଜେନା ଉପସ୍ଥିତ ରହି ପ୍ରତିଯୋଗୀମାନଙ୍କୁ ଉସôାହିତ କରିବା ସହ ପୁରସ୍କାର ପ୍ରଦାନ କରିଥିଲେ  ।