କମୁ୍ୟନିଟି ସପୋର୍ଟ ଷ୍ଟାଫଙ୍କ ଧାରଣା

 ଧାମନଗର : ଧାମନଗର ବ୍ଲକ ମିଶନ ଶକ୍ତି ବିଭାଗର ୩୦ଟି ପଞ୍ଚାୟତରେ ଥିବା କମୁ୍ୟନିଟି ସପୋର୍ଟ ଷ୍ଟାଫ କର୍ମଚାରୀ ଠାରୁ ବ୍ଲକ ସମ୍ମୁଖରେ ଧାରଣାରେ ବସିଛନ୍ତି । ଦିନ ୧୦ରୁ ସନ୍ଧ୍ୟା ୫ଟା ଯାଏଁ ଏହି ଧାରଣା ଜାରି ରହିଥିଲା । ସେମାନଙ୍କ ଇନସେନଟିଭ ଦରମା ପରିବର୍ତ୍ତେ ସ୍ଥାୟୀ ଦରମା ଦେବା ଏବଂ ଦୀର୍ଘ ୬ ମାସ ଧରି ଉକ୍ତ ଦରମା ନପାଇବା ଦାବି ନେଇ ଧାରଣାରେ ବସିଛନ୍ତି । ଧାମନଗର ଜିପିଏଲଏଫ ପକ୍ଷରୁ ସିଆରପି,  ବ୍ୟାଙ୍କ ମିତ୍ର ଓ ଏମବିକେ ଦୀର୍ଘବର୍ଷ ଧରି ବିଭିନ୍ନ ପଞ୍ଚାୟତ କାର୍ଯ୍ୟକରି ଆସୁଛନ୍ତି  । ସିଆରପି ୬ହଜାର୧ଶହ ଏବଂ ଏମବିକେ ଓ ବ୍ୟାଙ୍କମିତ୍ରଙ୍କୁ ୧୦ ହଜାର ୭୫୦ଟଙ୍କା ଦରମା ପାଉଥିଲେ । କିନ୍ତୁ ମିଶନ ଶକ୍ତିବିଭାଗ ଏବେ ଏହି ନିୟମକୁ ପରିବର୍ତ୍ତନ କରିଦେଇଛନ୍ତି । ରାଜ୍ୟ ସଂଘ ନିଷ୍ପତି ଅନୁଯାଇ, ସ୍ଥାୟୀ ସମାଧାନ ନହେବା ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ସହ ଗଣଧାରଣା ଜାରିରହିବ ବୋଲି ବ୍ଲକ ସଂଘର ସଭାନେତ୍ରୀ ଅନିମା ନାୟକ ଓ ସମ୍ପାଦିକା ସସ୍ମିତା ତ୍ରିପାଠୀ ସୂଚନା ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ପୂଜା ରାଣୀ ମହାଳିକ, ବୈଳବାଳା ସ୍ୱାଇଁ, ଜ୍ୟୋସô୍ନା ରାଣୀ ପଣ୍ଡା, ସସ୍ମିତା ସାହୁ, ମାନସୀ ବେହେରା, ପ୍ରିୟଙ୍କା ମହାନ୍ତି, ସବିତା ସାହୁ, ପ୍ରିୟଙ୍କା ମହାନ୍ତି, ଗୀତାଞ୍ଜଳି ବେହେରା, କଳ୍ପନା ମଞ୍ଜରୀ ଦାସ, ଝରଣା ପତି, ଛଇଳା ସ୍ୱାଇଁ, ଅହଲ୍ୟା ଜେନା, କଳ୍ପନା ମଲିକ, କଳ୍ପନା ଦାସ, ସୁମିତ୍ରା ପଣ୍ଡା, ମଧୁସ୍ମିତା ପୃଷ୍ଟି ପ୍ରମୁଖ ସମର୍ଥନ କରିଛନ୍ତି ।